୬୭ ନଂ ଜୋନ ବିଜେଡି ପ୍ରାର୍ଥୀନୀଙ୍କ ବିଜୟ
ହିଞ୍ଜିଳିକାଟୁ, ୨୬ା୨(ଶେଷଦେବ ସାହୁ): ରାଜ୍ୟ ନିର୍ବାଚନ କମିଶନଙ୍କ ପୂର୍ବ ନିର୍ଦ୍ଧାରିତ ନିର୍ବାଚନସୂଚୀ ଅନୁଯାୟୀ ବିଭିନ୍ନ ବ୍ଳକରେ ମତଗଣନା ପକ୍ରିୟା ଶନିବାର ଠାରୁ ଆରମ୍ଭ ହୋଇଛି । ଗତ ୧୬ ତାରିଖ ଠାରୁ ପର୍ଯ୍ୟାୟ କ୍ରମେ ଅନୁଷ୍ଠିତ ହୋଇଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ପ୍ରକାଶିତ ହେବା ପାଇଁ କଡା ସୁରକ୍ଷା ମଧ୍ୟରେ ଆରମ୍ଭ ହୋଇଛି । ନିର୍ବାଚନ କମିଶନଙ୍କ ବିଜ୍ଞପ୍ତି ଅନୁଯାୟୀ ଚଳିତ ମାସ ୨୬, ୨୭ ଓ ୨୮ ତାରିଖରେ ୱାର୍ଡସଭ୍ୟ, ସରପଞ୍ଚ, ସମିତିମେମ୍ବର ଓ ଜିଲ୍ଲା ପରିଷଦ ସଭ୍ୟ ପଦବି ସକାଶେ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିବା ପ୍ରାର୍ଥୀଙ୍କ ଫଳାଫଳ ପ୍ରକାଶ ପାଇବ । ଏହି ପରିପ୍ରେକ୍ଷୀରେ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ବ୍ଳକର ପ୍ରତିଦ୍ୱନ୍ଦିତା କରିଥିଲେ ୫୫୮ ଆଶାୟୀ ପ୍ରାର୍ଥୀ । ସେଥିମଧ୍ୟରୁ ହିଞ୍ଜିଳିକାଟୁ ବ୍ଳକର ୪ଟି ପଞ୍ଚାୟତର ସରପଞ୍ଚ ଓ ୮ଟି ପଞ୍ଚାୟତରେ ସମିତିମେମ୍ବର ପଦବି ଅପ୍ରତିଦ୍ୱନ୍ଦୀ ଥିଲା ବେଳେ ଅବଶିଷ୍ଠ ୧୭ଟି ପଞ୍ଚାୟତରେ ସରପଞ୍ଚ ପଦବି ସକାଶେ ୭୬ ପ୍ରାର୍ଥୀ ଓ ୧୩ଟି ପଞ୍ଚାୟତରେ ସମିତିମେମ୍ବର ସକାଶେ ୪୯ ଜଣ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଦଣ୍ଡାୟମାନ ହୋଇଥିଲେ । ଏଥିସହ ୬୭, ୬୮ ଓ ୬୯ନଂ ଜିଲ୍ଲା ପରିଷଦ ଜୋନ ସକାଶେ ୧୨ ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିଲେ । ୩୦୭ଟି ୱାର୍ଡ ସଭ୍ୟ ମଧ୍ୟୃରୁ ୧୫୩ଟି ୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ଅପ୍ରତିଦ୍ୱନ୍ଦୀ ରହିଥିଲେ । ଅବଶିଷ୍ଟ ୧୫୪ ୱାର୍ଡ ସକାଶେ ୨୭୪ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନରେ ଅବତୀର୍ଣ୍ଣ ହୋଇଥିଲେ । ୯୮୨୨୪ ଭୋଟରଙ୍କ ମଧ୍ୟରୁ ୬୨୮୬୦ ଜଣ ଭୋଟର ଆଶୟୀ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି । ଶନିବାର ୬୭ନଂ ଜୋନ ଅଧିନସ୍ଥ ୬ଟି ପଞ୍ଚାୟତ ଯଥା ସାରୁ, କଞ୍ଚୁରୁ, ବଡଖଣ୍ଡି, ମକରଝୋଳ, ପୋଚିଲିମା ଓ ବୁରୁପୋଡା ପଞ୍ଚାୟତରୁ ଭୋଟ ଗଣତି ପକ୍ରିୟା ସକାଳ୮ଟା ଠାରୁ ଆରମ୍ଭ ହୋଇଛି । ୬୭ ନଂ ଜୋନ ଜିଲ୍ଲା ପରିଷଦ ଆସନ ସକାଶେ ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ବିଜେଡି ପ୍ରାର୍ଥୀନୀ ବାଇ ଗିତାଞ୍ଜଳି ୮୨୬୧, ବିଜେପି ପ୍ରାର୍ଥୀନୀ ନାଡି ସୁଦଷ୍ଣା ୪୪୭୯, କଂଗ୍ରେସ ପ୍ରାର୍ଥୀନୀ ଭାରତି ଗଉଡ ୯୦୭ ଓ ବିଏସପି ପ୍ରାର୍ଥୀନୀ ରୁନୁ ଦାସ ୧୭୩ ଭୋଟ ପାଇଛନ୍ତି । ପ୍ରକାଶିତ ଫଳାଫଳ ଅନୁସାରେ ବିଜେଡି ପ୍ରାର୍ଥୀନୀ ଗିତାଞ୍ଜଳି , ବିଜେପି ପ୍ରାର୍ଥନୀ ସୁଦଷ୍ଣାଙ୍କ ଠାରୁ ୩୭୮୨ ଅଧିକା ଭୋଟ ପାଇ ବିଜେଡି ପ୍ରାର୍ଥୀନୀ ବିଜୟ ହୋଇ ଥିବା ବ୍ଳକ ସୁତ୍ରରୁ ଜଣାପଡିଛି । ତୃତୀୟ ସ୍ଥାନରେ କଂଗ୍ରେସ ଓ ଚତୁର୍ଥ ସ୍ଥାନରେ ବିଏସପି ପ୍ରାର୍ଥୀନୀ ରହିଥିବା ଜଣାପଡିଛି । ସାରୁ ପଞ୍ଚାୟତର ସରପଞ୍ଚ ପଦବି ସକାଶେ ଅଜିତ କୁମାର ପାତ୍ର ୫ ଅରୁଣ ପାତ୍ର ୫୧୧, ଉମାଶଙ୍କର ସାହୁ ୩୪୨, ଦୁର୍ଗାମାଧବ ସାହୁ ୧୮, ନିଳାଞ୍ଚଳ ସାହୁ ୬୧୨, ରାମକୃଷ୍ଣ ତ୍ରିପାଠୀ ୨, ରାମଚନ୍ଦ୍ର ସାହୁ ୩୫୧ ଓ ସଞ୍ଜୟ ରାଉଳ ୭୨ ଭୋଟ ହାତେଇଥିବା ସୂଚନା ମିଳିଛି । ସେହିପରି ସମିତିମେମ୍ବର ସକାଶେ ପ୍ରତିଦ୍ୱନ୍ଦିତା କରୁଥିବା ଯଶୋଦା ନାଇକ ୮୪୮ ଓ ଶକୁନ୍ତଳା ଦାସ ୯୮୩ ଭୋଟ ପାଇଥିବା ଜଣାପଡିଛି । କଞ୍ଚୁରୁ ପଞ୍ଚାୟତର ସରପଞ୍ଚ ପଦବି ସକାଶେ ମଦନ ମୋହନ ସେଠି ୧୭୦୭, ମିଟିକ ଦାସ ୪୫୯, ସଞ୍ଜୟ କୁମାର ବେହେରା ୯୧, ସିମାଞ୍ଚଳ ଦାସ ୨୨ ଓ ସୁରେନ୍ଦ୍ର ବେହେରା ୪୭୧ ଭୋଟ ପାଇଛନ୍ତି । ସେହିପରି ସମିତିମେମ୍ବର ପ୍ରାର୍ଥୀନୀ ସରସ୍ୱତୀ ସେଠି ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ବଡଖଣ୍ଡି ପଞ୍ଚାୟତର ସରପଞ୍ଚ ପଦବି ସକାଶେ ଅଞ୍ଜଳି ସେଠି ୪୭, ଝୁନୁ ନାଇକ ୧୧୨୮, ରଶ୍ମିତା ସେଠି ୯୧ଓ ରେଣୁକା ସେଠି ୧୧୨୭ ଭୋଟ ହାସଲ କରିଛନ୍ତି । ସେହିପରି ସମିତିମେମ୍ବର ପ୍ରାର୍ଥୀ କେ. ନର୍ମଦା ୧୦୯୨, ପି. ପାର୍ବତୀ ୨୨୬ ଓ ଏସ. ଲାଛେୟା ୧୦୩୦ ଭୋଟ ପାଇଛନ୍ତି । ମକରଝୋଳ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଗଣପତି ସାହୁ ୧୧୭୦, ଜି. ବାସୁଦେବ ୧୧୧୬ ଓ ଡି. ଭଗବାନ ୧୨ ଭୋଟ ପାଇଛନ୍ତି । ସେହିପରି ସମିତିମେମ୍ବର ପ୍ରାର୍ଥୀନୀ ଜି. ଯମୁନା ୧୦୮୬ ଓ ଜି. ମୋହନ ରାଓ ୧୧୧୩ ଭୋଟ ହାତେଇଛନ୍ତି । ପୋଚିଲିମା ପଞ୍ଚାୟତର ସରପଞ୍ଚ ରଞ୍ଜିତା କୁମାରୀ ଦାସ ଓ ସିମିତିସଭ୍ୟା ଆରତୀ ନାଇକ ଅପ୍ରତିଦ୍ୱନ୍ଦୀ ରହିଛନ୍ତି । ବୁରୁପୋଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀନୀ ଜୋସ୍ନା ସେଠି ୪୧୦, ସନ୍ତୋଷୀ ବେହେରା ୧୦୩୬ ଓ ସଙ୍ଗୀତା ବେହେରା ୮୬୯ ଭୋଟ ହାତେଇଛନ୍ତି । ସେହିପରି ସମିତିମେମ୍ବର ପ୍ରାର୍ଥୀ ଆଲେକ୍ସ ବେହେରା ୭୭ , ବସନ୍ତ ସେଠି ୬୦୬, ଯୋଗିନ୍ଦ୍ର କୁମାର ବେହେରା ୯୬୫ ଓ ଶୌଳସୁତା ବେହେରା ୬୪୮ ଭୋଟ ହାତେଇଛନ୍ତି ।


