୬୮ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଭାରତ୍ତୋଳନ ପ୍ରତିଯୋଗୀତା ରେ ମୟୁରଭଞ୍ଜ ଜିଲ୍ଲାର କୃତିତ୍ୱ
ବାରିପଦା,(ମୁରାରୀ ମୋହନ ମହାପାତ୍ର):ଗତ ୨୮ ଅକ୍ଟବରରୁ ତା ୩୦ ଅକ୍ଟବର ତିନି ଦିନ ଧରି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ମହାତ୍ମା ଗାନ୍ଧୀ ଷ୍ଟାଡିଅମ ଠାରେ ଅନୁଷ୍ଠିତ ହୋଇଯାଇଥିବା ୧୭ ବର୍ଷ ରୁ କମ ବାଳକ ବାଳିକା ୬୮ତମ ଓଡିଶା ରାଜ୍ୟ ବିଦ୍ୟାଳୟ ସମୁହ ଭାରତ୍ତୋଳନ ପ୍ରତିଯୋଗିତା -୨୦୨୪ ରେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଧୀନ ଲଙ୍ଗଳକଟା ସ୍ଥିତ ଶକ୍ତିମାନ ଜିମନାସିୟମ କେନ୍ଦ୍ରର ବାଳିକା ଆଲିଶା ବେହେରା ୫୯ କେଜି ଵର୍ଗର , ୬୨ କେଜି ସ୍ନାଚ, ୭୬ କେଜି ଜର୍କ, ସମୁଦାୟ ୧୩୮ କେଜି ଭାରତ୍ତୋଳନ କରି ସ୍ୱର୍ଣ ପଦକ ସହିତ ବେଷ୍ଟ ୱେଟ ଲିଫ୍ଟର ଆଖ୍ୟା ,ଦେବସ୍ମିତା ସିଂ ୪୯ କେଜି ଵର୍ଗର, ୪୬ କେଜି ସ୍ନାଚ ୬୫ କେଜି ଜର୍କ ସମୁଦାୟ ୧୧୧କେଜି ଭାରଉତ୍ତୋଳନ କରି ସ୍ୱର୍ଣ ପଦକ, ୧୨ ବର୍ଷ ବୟସ ରେ ଶୁଭସ୍ମିତା ମହାନ୍ତ ୪୫କେଜି ଵର୍ଗର ୪୪କେଜି ସ୍ନାଚ, ୬୦କେଜି ଜର୍କ ସମୁଦାୟ ୧୦୪କେଜି ଭାରତ୍ତୋଳନ କରି ସ୍ଵର୍ଣ ପଦକ, ହୀରାମଣି ମହାନ୍ତ ୪୦କେଜି ଵର୍ଗର, ୩୫କେଜି ସ୍ନାଚ, ୪୨କେଜି ଜର୍କ ସମୁଦାୟ ୭୭କେଜି ଭାରତ୍ତୋଳନ କରି ରୌପ୍ୟ ପଦକ, ସୁନେନା ମହାନ୍ତ ୫୯କେଜି ଵର୍ଗର ୪୭କେଜି ସ୍ନାଚ, ୫୬କେଜି ଜର୍କ ସମୁଦାୟ ୧୦୩କେଜି ଭାରତ୍ତୋଳନ କରି ରୌପ୍ୟ ପଦକ ହାସଲ କରି ନିଜର କୃତିତ୍ୱ ସହିତ ମୟୁରଭଞ୍ଜ ଜିଲ୍ଲା ଓ ଶକ୍ତିମାନ ଜିମନାସିୟମ ର ଟେକ