୬୮ ନଂ ଜୋନରେ ମାସ୍କ ବଣ୍ଟନ ଓ ସଚେତନତା
ହିଞ୍ଜିଳିକାଟୁ,(ଶେଷଦେବ ସାହୁ): ରାଜ୍ୟରେ କରୋନା ମହାମାରୀ ଦୀର୍ଘ ୬ ମାସରୁ ଉର୍ଦ୍ଧ୍ବ ସମୟ ଧରି ଏକ ଭୟ ଓ ଆତଙ୍କ ପରିସ୍ଥିତି ସୃଷ୍ଟି କରିଛି।କିଛି ଜିଲ୍ଲାରେ ସଂକ୍ରମଣ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଥିଲା ବେଳେ କିଛି ଜିଲ୍ଲାରେ ପରିସ୍ଥିତି ନିୟନ୍ତ୍ରଣରେ ରହିଛି।ଏଭଳି ଏକ କଠିନ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟ ଶାସନର ମଙ୍ଗ ଧରିଥିବା ଶାସକ ଦଳ ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ପରିବର୍ତ୍ତେ କରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଛି।ଏହି କ୍ରମରେ ସ୍ଥାନୀୟ ବିଧାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ବ୍ଲକ ପକ୍ଷରୁ ଗତ ୨ ତାରିଖ ଗାନ୍ଧୀ ଜୟନ୍ତୀ ଦିବସ ଠାରୁ କରୋନା ସଚେତନତା ଅଭିଯାନ ଆରମ୍ଭ ହୋଇଥିଲା।ପ୍ରଥମ ପର୍ଯ୍ୟାୟରେ ୬୭ ନଂ ଜୋନର ସମରଝୋଳ,ଦ୍ୱିତୀୟରେ ୬୯ ନଂ ଜୋନର ଗଣ୍ଡଳା ଏବଂ ତୃତୀୟ ପର୍ଯ୍ୟାୟରେ ୬୮ ନଂ ଜୋନରେ ଗୁରୁବାର ଦଳୀୟ କର୍ମୀଙ୍କୁ ନେଇ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି।ବ୍ଲକ ସଭାପତି ସୁରେନ୍ଦ୍ର ନାଥ ପ୍ରଧାନଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ହିଞ୍ଜିଳି ପ୍ରତିନିଧି ଶରତ ଚନ୍ଦ୍ର ମହାପାତ୍ର,ବ୍ଲକ ଅଧ୍ୟକ୍ଷ ଏନ ରଘୁନାଥ, ସମାଜସେବୀ ଡ଼ି ବିଶ୍ୱନାଥ, ଯୁବ ବିଜେଡି ବ୍ଳକ ସଭାପତି ମନୋଜ କୁମାର,ଗନ୍ତାୟତ ଦଳାଇ,ଲଡୁ କିଶୋର ବେହେରା ଓ ରୋହିତ କୁମାର ପ୍ରଧାନ, ବାବୁଲା ଭଉଳ ଙ୍କ ସମେତ ଦଳୀୟ କର୍ମୀମାନେ ଉପସ୍ଥିତ ଥିଲେ।ଶିକିରି, ରାଳବ ଓ ନନ୍ଦିକ ପଞ୍ଚାୟତରେ କରୋନା ମହାମାରୀ ସଂକ୍ରମଣର ଭୟାବହତା ଏବଂ ସୁରକ୍ଷା କବଚ ଭାବେ ମାସ୍କ ବ୍ୟବହାର କରିବା ପାଇଁ ପଞ୍ଚାୟତ ବାସୀଙ୍କୁ ସଚେତନ କରିବା ସହ ମାସ୍କ ବଣ୍ଟନ କରିଥିଲେ।