୬୯ ମଦ ଦୋକାନ ପାଇଁ ୮୮୩ ମଦ ବ୍ୟବସାୟୀ ଲଟେରୀରେ ଅଂଶ ଗ୍ରହଣ କଲେ

କେନ୍ଦ୍ରାପଡା,(ଚିତ୍ତରଂଜନ ଦାସ): ମସିହାରେ କେନ୍ଦ୍ରାପଡା ଜିଲ୍ଲାରେ ଦେଶୀ ଓ ବିଦେଶୀ ମଦ ଦୋକାନ ପାଇଁ ପ୍ରଥମେ ଲଟେରୀ ବ୍ୟବସ୍ଥା ଆରମ୍ଭ ହୋଇଥିଲା । ସେହି ଲଟେରୀ ଏଭଳି ତୃଟିପୂର୍ଣ୍ଣ ଥିଲା ଯେ ଜଣେ ଜଣେ ମଦ ବ୍ୟବସାୟୀ ନିଜ ପରିବାରଙ୍କ ନାମରେ ୮ରୁ ଅଧିକ ମଦ ଦୋକାନ ଲଟେରୀ ମାଧ୍ୟମରେ ହାସଲ କରିଥିଲେ । ସେହି ବର୍ଷଠାରୁ ପ୍ରତିବର୍ଷ ଅଧିକ ୧୦ଭାଗ ରାଜସ୍ୱ ଦେଇ ମଦ ବ୍ୟବସାୟୀମାନେ କୋଟି କୋଟି ଟଙ୍କା ଉପାର୍ଜନ କରିଆସୁଥିଲେ । ଚଳିତ ବର୍ଷ ଅପ୍ରେଲ ମାସରୁ ଜିଲ୍ଲାରେ ୪୭ଟି ବିଦେଶୀ ମଦ ଦୋକାନ ଏବଂ ୨୨ଟି ଦେଶୀ ମଦ ଦୋକାନ ଏଭଳି ୬୯ଟି ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ ପାଇଁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଶନିବାର ଲଟେରୀ ଅନୁଷ୍ଠିତ ହୋଇଯାଇଛି । ବିଦେଶୀ ମଦ ଦୋକାନ ପାଇଁ ୭୪୫ଜଣ ଏବଂ ଦେଶୀମଦ ଦୋକାନ ପାଇଁ ୮୮ଜଣ ମଦ ବ୍ୟବସାୟୀ ଆବେଦନ କରିଥିଲେ । ଏଥିନିମନ୍ତେ ପ୍ରତ୍ୟେକ ଦରଖାସ୍ତ ଫର୍ମ ଏକ ଲକ୍ଷ ଟଙ୍କା ମୂଲ୍ୟରେ ବିକ୍ରି କରାଯାଇଛି । ୨୦୨୦/୨୧ ଆର୍ôଥକ ବର୍ଷରେ ମଦ ବିକ୍ରୟରୁ ଅବକାରୀ ବିଭାଗ ୯କୋଟି ଟଙ୍କା ରାଜସ୍ୱ ପାଇଥିଲା । ପ୍ରତିବର୍ଷ ବ୍ୟବସାୟୀମାନେ ଧାର୍ଯ୍ୟ ମୂଲ୍ୟଠାରୁ ଅଧିକ ଶତକଡା ୧୦ଭାଗ ରାଜସ୍ୱ ଦେବା ଫଳରେ ପ୍ରତିବର୍ଷ ଏହି ଜିଲାରେ ମଦରୁ ରାଜସ୍ୱ ଆଦାୟ କୋଟିଏ ଟଙ୍କା ଲେଖାଏଁ ବୃଦ୍ଧି ପାଉଥିଲା । ମଦ ବ୍ୟବସାୟୀମାନେ ୧୫ବର୍ଷ ଧରି ଏକଚାଟିଆ ବ୍ୟବସାୟ କରି କୋଟିପତି ହୋଇଥିବା ବେଳେ ସରକାରଙ୍କ ଅବକାରୀ ରାଜସ୍ୱ ଆବଶ୍ୟକତା ଅନୁଯାଇ ବୃଦ୍ଧି ପାଇପାରିନି । କିନ୍ତୁ ଲଟେରୀ ନିୟମ ଅନୁସାରେ ଗୋଟିଏ ପରିବାରରୁ ଜଣଙ୍କଠାରୁ ଅଧିକ ଲୋକଙ୍କୁ ଲଟେରୀରେ ଭାଗ ନେବାପାଇଁ ସୁବିଧା ମିଳିବାର ବ୍ୟବସ୍ଥା ନାହିଁ । ସେଥିପାଇଁ ସେମାନେ ସତ୍ୟପାଠ ଦାଖଲ କରିଛନ୍ତି । ଫର୍ମ କିଣିବା ବାବଦକୁ ଯେଉଁ ଏକ ଲକ୍ଷଟଙ୍କା ଦେଇଛନ୍ତି ଲଟେରୀ ନ ଉଠିଲେ ସେ ଟଙ୍କା ମଧ୍ୟ ଫେରସ୍ତ ମିଳିବ ନାହିଁ । ଦୀର୍ଘ ୧୫ବର୍ଷ ପରେ ମଦ ବ୍ୟବସାୟରେ ଅଭିନବ ସଂସ୍କାର ହେବାକୁ ଯାଉଛି । ଏହି ବ୍ୟବସାୟ ଏକଚାଟିଆରୁ ମୁକ୍ତ ହୋଇ ପ୍ରତିଯୋଗୀତା ମୂଳକ ଭିର୍ତ୍ତିରେ କାରବାର ହେବ । ତଥ୍ୟ ଅନୁଯାୟୀ ଜିଲାରେ ୫ଲକ୍ଷ ଯୁବକ ମଦ ପିଇ ବରବାଦ ହେଉଥିବା ବେଳେ ମଦ ବ୍ୟବସାୟୀମାନେ ସେମାନଙ୍କ ପଇସାରେ କୋଟିପତି ହେଉଛନ୍ତି । ଜିଲାରେ ଏକ ହଜାରରୁ ଅଧିକ କୋଚିଆ (ଖୁଚୁରା ମଦ ବେପାରୀ) ଅଛନ୍ତି । ଯେଉଁମାନେ କି ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରୁ ମଦ ନେଇ ଗାଁ ଗହଳିରେ ପହଁଞ୍ଚାଇ ଦେଇଥାନ୍ତି । ଅବକାରୀ ବିଭାଗରେ ସେମାନଙ୍କ ତାଲିକା ଥିବାରୁ ସେମାନଙ୍କୁ ବାଟରେ ଧରପଗଡ ହୁଏ ନାହିଁ । ମଦ ଦୋକାନରେ ଏକଭାଗ ମଦ ବିକ୍ରି ହେଉଥିବା ବେଳେ ତିନିଭାଗ ମଦ କୋଚିଆମାନଙ୍କ ଦ୍ୱାରା ଗାଁ ଗହଳିକୁ ପଠାଇବା ପାଇଁ ସୁଚିନ୍ତିତ ଯୋଜନା ହୋଇଛି । ୧୫ବର୍ଷ ଧରି ଗୋଟିଏ ପରିବାର ହାତରେ ଯେଉଁ ୮ଟି ଦୋକାନ ରହିଛି ସେଗୁଡିକ ହେଉଛି ବାଲିଆ, ଗୋପଛକ, ଚାନ୍ଦୋଳ, ହଜାରି, ବଡପାଳଗଡା, ଜମ୍ବୁ (ଛପାଲି), ଗୁପ୍ତି ଓ କଣ୍ଟାବଣ ପ୍ରଭୃତି । ଏହା ବ୍ୟତୀତ ଚାନ୍ଦୋଳ, ଗୋପଛକ, ବଡପାଳଗଡାରେ ମଧ୍ୟ ଏହି ପରିବାର ନାମରେ ବିୟର ଓ ମଦବାର ରହିଛି । ସେହିଭଳି କେନ୍ଦ୍ରାପଡା ଜିଲ୍ଲାରେ ବହୁ ମଦ ବ୍ୟବସାୟୀ ଅଛନ୍ତି ଯେଉଁମାନଙ୍କ ହାତରେ ୫/୬ଟି ମଦ ଦୋକାନ ରହିଛି । ଚଳିତ ବର୍ଷର ଲଟେରୀ ଦ୍ୱାରା ଏଭଳି ଏକଚାଟିଆ ବ୍ୟବସାୟର ବିଲୋପ ଘଟିବ ବୋଲି ସାଧାରଣରେ ଆଲୋଚନା ହେଉଛି । ରାଜ୍ୟ ସରକାରଙ୍କ ବିଜ୍ଞପ୍ତି ଅନୁଯାଇ ଆଜି ଲଟେରୀ ଅନୁଷ୍ଠିତ ହୋଇଯାଇଛି । ସେହି ଲଟେରୀକୁ ସ୍ୱଚ୍ଛ ଏବଂ ନିରପେକ୍ଷ କରିବା ପାଇଁ ଜିଲ୍ଲା ପ୍ରଶାସନ ନିକଟରେ ଦାବି ମଧ୍ୟ ହୋଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ