୬ ଅଧିକାରୀଙ୍କୁ ବରଖାସ୍ତ ଓ ୫ଜଣଙ୍କ ପେନସନ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିରୁଦ୍ଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁଣି ୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ମୁଖ୍ୟମନ୍ତ୍ରୀ ୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୫ଜଣଙ୍କ ପେନସନ ସ୍ଥାୟୀଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ସୂଚନାଯୋଗ୍ୟ ଗତ ଦୁଇମାସ ଭିତରେ ୪୪ଜଣ ଅଧିକାରୀଙ୍କୁ ବରଖାସ୍ତ କରାଯାଇଥିବା ବେଳେ ୧୧ଜଣଙ୍କର ପେନସନ ସ୍ଥାୟୀଭାବେ ବନ୍ଦ କରାଯାଇଛି । ଠିକ୍ ସେହିପରି ୧୦ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ଦୁର୍ନୀତି ଅଭିଯୋଗ ପ୍ରମାଣିତ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ପଦକ୍ଷେପ ନେଇଥିବା ଜଣାଯାଇଛି । ବ୍ରହ୍ମପୁର ଏନ ଏଚ୍ ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ପୃଥ୍ୱୀରାଜ ଲେଙ୍କା , ହାଟଡିହି ବ୍ଲକ୍ ଜଳସଂପଦ ବିଭାଗ ସହକାରୀ ଯନ୍ତ୍ରୀ ସୁଶୀଲ ସେଠୀ, ପାପଡ଼ାହାଣ୍ଡି ବ୍ଲକ୍ ପିଏ ସୁରେଶ ମିଶ୍ର, ଅନୁଗୁଳ ଫରେଷ୍ଟ ରେଞ୍ଜ ଅଫିସର ହେମନ୍ତ ପଣ୍ଡା , କୁଡୁମୁଲୁଗୁମ୍ମା ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ରବୀନ୍ଦ୍ର ଦାସ ଏବଂ ଧାନକୁଡ଼ା ବ୍ଲକ୍ ପଞ୍ଚାୟତିରାଜ ବିଭାଗର କନିଷ୍ଠ ଯନ୍ତ୍ରୀ ବୁଦ୍ଧିରାମ ଶୁନିଆନି ପ୍ରମୁଖଙ୍କୁ ବରଖାସ୍ତ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ