୬ କରୋନା ଯୋଦ୍ଧାଙ୍କ ନମୁନା ପଜିଟିଭ
ବୁଗୁଡ଼ା, (ଅନିଲ କୁମାର ମହାରଣା):ବୁଗୁଡା ବ୍ଲକରେ ଆଜି ୬ ଜଣ କରୋନା ଯୋଦ୍ଧାଙ୍କ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି। ସେମାନେ ହେଲେ ବୁଗୁଡାକୁ ଆସି ବୁଗୁଡା ଥାନା ଅଧୀନରେ କାର୍ୟ୍ୟରତ ୪ ପୋଲିସ ଫୋର୍ସ, ବୁଗୁଡା ପୋଲିସ ବିଭାଗରୁ ଜଣେ ଓ ମାଣିତରା ମେଡ଼ିକାଲର ଜଣେ ଡାକ୍ତର। ଏହି ୬ ଜଣଙ୍କୁ ମିଶାଇ ବୁଗୁଡା ଅଞ୍ଚଳରେ ମୋଟ ୪୯ ଜଣ ଚିହ୍ନଟ ହୋଇଥିବା ବେଳେ କେତେକ ସୁସ୍ଥ ହୋଇ ଫେରିଛନ୍ତି। କରୋନା ପଜିଟିଭ ଚିହ୍ନଟ ଅଧ୍ୟରୁ ବୁଗୁଡା ଥାନା ଅଧୀନରେ କାମ କରୁଥିବା ପୋଲିସ ଫୋର୍ସର ୨୮ ଜଣ ହୋଇଥିବା ବେଳେ ବିଭାଗର ଜଣେ , ଅଗ୍ନିଶମ ବିଭାଗର ୭ ଜଣ କର୍ମଚାରୀ , ବୁଗୁଡା ଏନଏସିର ୨ ଜଣ କର୍ମଚାରୀ, ବ୍ଲକର ୨ ଜଣ କର୍ମଚାରୀ, ବିଦ୍ୟୁତ ବିଭାଗର ଜଣେ କର୍ମଚାରୀ, ସ୍ୱାସ୍ଥ୍ୟ ବିଭାଗର ଜଣେ ଡାକ୍ତର ଓ ଜଣେ ଲେଡି ହେଲଥ ଭିଜିଟର, ଆଇସିଡିଏସ ବିଭାଗର ୨ ଜଣ କର୍ମଚାରୀ ଏବଂ ଶିକ୍ଷା ବିଭାଗର ୪ ଜଣ କର୍ମଚାରୀ ହୋଇଥିବା ଜଣାପଡିଛି। ମାଣିତରା ମେଡିକାଲର ଜଣେ ଡାକ୍ତରଙ୍କ ପଜିଟିଭ ବାହାରି ଥିବା ବେଳେ ମାଣିତରା ମେଡିକାଲରେ ସ୍ୱାସ୍ଥ୍ୟ ସେବା ୨୪ ଘଣ୍ଟା ବନ୍ଦ କରିବା ସହ ସାନିଟାଇଜ କରିବାକୁ ବୁଗୁଡା ବିଡ଼ିଓ ତନ୍ମୟ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।