୬ କରୋନା ଯୋଦ୍ଧାଙ୍କ ସମେତ କନ୍ଧମାଳ ଜିଲ୍ଲାରେ ମୋଟ ୨୯୨୨ରେ ପହଂଚିଲା
କନ୍ଧମାଳ, (ପ୍ରଶାନ୍ତ କୁମାର ବେହେରା):କନ୍ଧମାଳ ଜିଲ୍ଲାରେ ୬ କରୋନା ଯୋଦ୍ଧାଙ୍କ ସମେତ ୭୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ଏମାନଙ୍କୁ ମିଶାଇ ଜିଲ୍ଲାରେ ମୋଟ କରୋନା ଆକ୍ରନ୍ତଙ୍କ ସଂଖ୍ୟା ୨୯୨୨ ରେ ପହଂଚିଛି । ସେମାନଙ୍କ ମଧ୍ୟରୁ ୨୪୨୨ ଜଣ ସଂକ୍ରମିତ ସୁସ୍ଥ ହୋଇ ସେମାନଙ୍କ ଘରକୁ ଫେରିଛନ୍ତି।ଆଜି ସୁଦ୍ଧା ଜିଲ୍ଲାରେ ଆଉ ଜଣେ କରୋନା ସଂକ୍ରମିତଙ୍କୁ ମିଶାଇ ମୋଟ ୧୬ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବା ନେଇ ଜିଲ୍ଲା ପ୍ରଶାସନ ତରଫରୁ ସୁଚନା ମିଳିଥିବାବେଳେ ଆଉ ୪୮୪ ଜଣ ସଂକ୍ରମିତ ବିଭିନ୍ନ କୋଭିଡ ହସପିଟାଲରେ ରହି ଚିକିତ୍ସିତ ହେଉଛନ୍ତି। ଆଜିର ଚିହ୍ନଟ ମାନଙ୍କ ମଧ୍ୟରୁ ୫୦ ଜଣ ପୁରୁଷ ରହିଥିବାବେଳେ ଆଉ ୨୮ ଜଣ ମହିଳା ରହିଛନ୍ତି।ସେମାନଙ୍କ ମଧ୍ୟରୁ ଫୁଲବାଣୀର ୧୪ ଜଣ ଥିବାବେଳେ ବାଲିଗୁଡାରେ ୧୩,ଘୁ.ଉଦୟଗିରି ଅଂଚଳର ୪ ଜଣ,କ.ନୁଆଗାଁର ୪ ଜଣ,ଚକାପାଦର ୧୦ ଜଣ,ଖଜୁରିପଡାର ୫ ଜଣ,ଦାରିଙ୍ଗବାଡିର ୬ ଜଣ,ତୁମୁଡିବନ୍ଧର ୬ ଜଣ,ରାଇକିଆର ୫ ଜଣ,ଫିରିଙ୍ଗିଆ ଅଂଚଳର ୭ ଜଣ,ଟିକାବାଲିରେ ଜଣେ, ଏବଂ ଅନ୍ୟନ୍ୟ ଅଂଚଳରେ ଚିହ୍ନଟ ହୋଇଥିବା ଆଉ ୨ ଜଣ ରହିଥିବା କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି ଟ୍ୱିଟ୍ ଜରିଆରେ ସୁଚନା ଦେଇଛନ୍ତି । ତେବେ ଲୋକଙ୍କୁ ଅତି ଅବଶ୍ୟକ ନହେଲେ ଘରୁ ବାହାରିବାକୁ ବାରଣ କରାଯାଇଥିବାବେଳେ ଘରୁ ବାହାରିବାବେଳେ ମୁହଁରେ ମାସ୍କ ଲଗାଇବା ସହିତ ସାମାଜିକ ଦୁରତା ବଜାୟ ରଖି ଯାତାୟାତ କରିବାକୁ ପରାମର୍ଶ ଦେଇଛନ୍ତି ।