୬ ଦଫା ଦାବି ନେଇ ରାଜସ୍ୱ କ୍ଷେତ୍ରରେ କାର୍ଯ୍ୟ କରୁଥିବା କାର୍ଯ୍ୟାଳୟ ଠାରେ ଧାରଣା
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଲୋକଭିମୁଖୀ ଯୋଜନା ଏବଂ ଉନ୍ନୟନ ମୂଳକ କାର୍ଯ୍ୟ ତୃଣ ମୂଳ ସ୍ତରରେ ସଫଳ ରୂପାୟନ କରିବା ପାଈଁ ବ୍ୟଗ୍ର ଥିବା ବେଳେ ରାଜ୍ୟ ସରକାରଙ୍କ ରାଜସ୍ୱ କ୍ଷେତ୍ରରେ କାର୍ଯ୍ୟ କରୁଥିବା RS ,RI ଏବଂ ARI ମାନଙ୍କ ଭାଗ୍ୟ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଚାଲି ଯାଇଛି।ଯେଉଁମାନେ ଦିନରାତି ଏହି ଗୁରୁତ୍ବ ପୂର୍ଣ୍ଣ ବିଭାଗରେ କାର୍ଯ୍ୟ ତୁଲାଇ ଆସୁଛନ୍ତି ଏହି ସମୟରେ ସେମାନଙ୍କ ଦାବି ଗୁଡିକ ସରକାର ନ ମାନିବା ବଡ ଦୁର୍ଭାଗ୍ୟ ର ବିଷୟ।ତେଣୁ କର୍ମଚାରୀ ମାନଙ୍କ ମନୋବଳ ଭାଙ୍ଗିଯାଇଛି।ଏଥି ନିମନ୍ତେ ସରକାରଙ୍କ ସହିତ ବିଭିନ୍ନ ଆଲୋଚନା ଓ ବିଚାର ବିମର୍ଷ ସୁଦ୍ଧା ଆମର କ୍ୟାଡର ର 1983 ମସିହା ଠାରୁ ପୁନଃ ଗଠନ ହୋଇ ପାରିଲା ନାହିଁ କିନ୍ତୁ ଅନ୍ୟ ବିଭାଗ ଜିଲ୍ଲା ସ୍ତରୀୟ କର୍ମଚାରୀ ମାନଙ୍କ କ୍ୟାଡର ପୁନଃ ଗଠନ ହୋଇ ସରକାରୀ ବିଜ୍ଞପ୍ତି ପ୍ରକାଶ ହୋଇ ସାରିଲାଣି।ତେଣୁ ଛଅ ଦଫା ଦାବି କରି ସଂଘ ର କର୍ମଚାରୀ ମାନେ ଓଡ଼ିଶାର ୩୦ ଟି ଜିଲ୍ଲା ତଥା ୩୧୭ ଟି ତାହସିଲ କାର୍ଯ୍ୟାଳୟ ଠାରେ ଧାରଣା ରେ ବସିବା ସହ କାର୍ଯ୍ୟ ବନ୍ଦ କରିଛନ୍ତି। ଯେତେ ଦିନ ପ୍ରଯ୍ୟନ୍ତ ଦାବି ସରକାର ନ ମାନନ୍ତି ଧାରଣା ଜାରୀ ରହିବ ବୋଲି ଧାରଣା ରେ ଥିବା କର୍ମଚାରୀ ମାନେ ପ୍ରକାସ କରିଛନ୍ତି।ଆଜି ଭଞ୍ଜନଗର ତହସିଲ ଅଫିସର ସାମ୍ନା ରେ ଧାରଣ ରେ ବସିବା ସହ ସ୍ଲୋଗାନ ଦେଇଥିଲେ।


