୬ ବର୍ଷ ହେଲା ଡାକ୍ତରଙ୍କ ବିନା ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସେବା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ରାୟଗଡ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନରେ ଚାଲୁଥିବା ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ (ଆରବିଏସକେ) ପ୍ରହସନ ପାଲଟିଥିବା ଅଭିଯୋଗ ହେଉଛି I କାର୍ଯ୍ୟକ୍ରମ ପାଇଁ ନିୟୋଜିତ ଡାକ୍ତର ବଦଳି ହୋଇଯିବା ପରେ ୬ ବର୍ଷ ହେଲା ପଦ ଖାଲି ଥିବାରୁ ଫାର୍ମାସିଷ୍ଟ ଭରସାରେ ସେବା ଚାଲୁଛି ବୋଲି ଅଞ୍ଚଳବାସୀ ଆମ ଗଜପତି ଜିଲ୍ଲା ପ୍ରତିନିଧିଙ୍କୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଯଦ୍ବାରା କାର୍ଯ୍ୟକ୍ରମଟି କେଉଁ ପ୍ରକାରେ ଚାଲୁଥିବ ତାହା ସାଧାରଣରେ ଅନୁମେୟ ବୋଲି କୁହାଯାଉଛି। ଆଦିବାସୀ ଅଧ୍ଯୁଷିତ ଅଞ୍ଚଳ ଭାବେ ପରିଚିତ ରାୟଗଡ ବ୍ଲକ (ଆରବିଏସକେ ୟୁନିଟ ୨)ରେ ତୁରନ୍ତ ଡାକ୍ତର ପଦ ପୂରଣ କରି ପିଲାଙ୍କୁ ସେବା ଯୋଗାଇବାକୁ ସାଧାରଣରେ ଦାବି ହେଉଛି । ପ୍ରକାଶ ଯେ ରାୟଗଡ ବ୍ଳକର ୨୧ ପଞ୍ଚାୟତରେ ଜନ୍ମରୁ ୧୮ ବର୍ଷ ପିଲାଙ୍କୁ ପ୍ରତ୍ୟେକ ଗ୍ରାମ ସ୍ତରକୁ ଯାଇ ରୋଗ ନିରୂପଣ କରି ଚିକିତ୍ସା କରାଇବା ପାଇଁ ରାଷ୍ଟ୍ରୀୟ ବାଲ୍ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଜରିଆରେ ଦୁଇଟି ଟିମ୍ ନିୟୋଜିତ କରାଯାଇଛି | ପ୍ରତ୍ୟେକ ଟିମରେ ଜଣେ ଲେଖାଏଁ ଡାକ୍ତର, ଫାର୍ମାସିଷ୍ଟ ଓ ଏଏନ୍ଏମ୍ ଅଛନ୍ତି । ରାୟଗଡ ବ୍ଳକରେ ୟୁନିଟ ୧ ଏବଂ ୟୁନିଟ ୨ ନାମରେ ଦୁଇଟି ଟିମ୍ ପ୍ରତ୍ୟେକ ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଏବଂ ସ୍କୁଲକୁ ଯାଇ ପିଲାଙ୍କ ସ୍ବାସ୍ଥ୍ୟ ପରକ୍ଷା କରି ଚିକିତ୍ସା କରିବା ସହ ଯଦି ଆବଶ୍ୟକ ପଡେ ଚିକତ୍ସା ପାଇଁ ବିଭିନ୍ନ ସ୍ଥାନକୁ ସ୍ଥାନାନ୍ତର କରି ଚିକିତ୍ସା କରାନ୍ତି । ଯଦ୍ବାରା ରାୟଗଡ ବ୍ଲକ୍‌ରେ ଗତ ୧୦ ବର୍ଷ ମଧ୍ୟରେ ପ୍ରାୟ ୧୩ ଜଣ ପିଲା ରେଫର ହୋଇ ଚିକିତ୍ସାରେ ସଫଳ ହୋଇପାରିଛନ୍ତି । ସରକାରଙ୍କ ଏହା ଏକ ସ୍ବାଗତ ଯୋଗ୍ୟ କାର୍ଯ୍ୟକ୍ରମ ବୋଲି ବିବେଚନା କରାଯିବା ବେଳେ ୟୁନିଟ ୨ ଟିମ୍ ରେ ୨୦୧୮ ମସିହାରୁ ଡାକ୍ତର ପଦ ଖାଲି ପଡ଼ିଛି। ୬ ବର୍ଷ ବିତିଯାଇଥିଲେ ମଧ୍ୟ ଖାଲିଥିବା ପଦ ପୂରଣ ହୋଇପାରୁ ନାହିଁ। କରୋନା ସମୟରେ ଦୁଇ ଜଣ ଡାକ୍ତର ଅଳ୍ପ ଦିନ ପାଇଁ ନିୟୋଜିତ ହୋଇ ଫେରିଯାଇଥିବା ଅଭିଯୋଗ ହେଉଛି। ଫଳରେ ଫାର୍ମାସିଷ୍ଟ ଭରସାରେ ହିଁ ଉକ୍ତ କାର୍ଯ୍ୟକ୍ରମ ଚାଲୁଥିବା ଜଣାପଡିଛି। ଉକ୍ତ ପଦ ପୂରଣ ପାଇଁ ଜିଲ୍ଲା ପ୍ରଶାସନ ପତ୍ରାଙ୍କ ସଂଖ୍ୟା ୪୫୬୩/ ଏନ ଏଚଏମ/୨୦୨୪ରେ ଗୁରାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଡା. ଲିପ୍ସା ମିଶ୍ରଙ୍କୁ ବଦଳି ଆଦେଶ ସୋସିଆଲ ମେଡ଼ିଆରେ ଭାଇରଲ ହେଉଛି । ତେବେ ତାଙ୍କୁ ନିଯୁକ୍ତି ନେଇ ୧୦ ଦିନ ବିତି ଯାଇଥିବା ବେଳେ ସେ ଆଦେଶକୁ ଚାଲେଞ୍ଜ କରି କୌଣସି ଚାପ ପକାଇ ସେ କାର୍ଯ୍ୟରେ ଯୋଗ ଦେଇନଥିବା ଚର୍ଚ୍ଚା ହେଉଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ