୬ ବାଇକ ସହ ଦୁଇ ନାବାଳକ ଓ ଜଣେ ଯୁବକ ଗିରଫ
ଛତ୍ରପୁର, (ଦେବଦତ୍ତ ମହାରଣା):ଗଞ୍ଜାମ ପୋଲିସ ଜିଲ୍ଲାର ଚମାଖଣ୍ଡି ଥାନା ଅନ୍ତର୍ଗତ ସମେତ ବିଭିନ୍ନ ସ୍ଥାନରେ ବାଇକ ଚୋରି ସହ ବିଭିନ୍ନ ଦୋକାନୀ ରୁ ମଧ୍ୟ ଚୋରି ହୋଇଥିବା ନେଇ ଅଭିଯୋଗ ହୋଇଥିଲା | ଏନେଇ ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଙ୍କ ନେତୃତ୍ୱରେ ବିଭିନ୍ନ ସ୍ଥାନରେ ଚଢାଉ କରି ୬ ବାଇକ, ଗ୍ୟାସ ସିଲିଣ୍ଡର, ଲେପଟପ ସମେତ ବହୁ କମ୍ପୁଟର ସାମଗ୍ରୀ ଜବତ କରିଛି ପୁଲିସ | ଏନେଇ ଥାନାରେ ୨୩୬/୨୨ମାମଲା ରୁଜୁ କରି ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି |


