୬ ଭାଷାରେ କହିଲେ ସାଂସଦ ଅମର ପଟ୍ଟନାୟକ

ନୂଆଦିଲ୍ଲୀ : କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କ ପରେ ସଂସଦରେ ଚର୍ଚ୍ଚା ସୃଷ୍ଟି କରିଛନ୍ତି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ । ଅତୀତରେ ସଂସଦରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ସଂସଦରେ ଏକାଧିକ ଭାଷାରେ ଭାଷଣ ଦେଇ ଚର୍ଚ୍ଚାକୁ ଆସିଥିଲେ । ଏପିରିକି ସେ ସଂସଦରେ ସଂସ୍କୃତ ଭାଷାରେ ମଧ୍ୟ ଭାଷଣ ଦେଇ ଦେଶବାସୀଙ୍କ ନଜରକୁ ଆସିଲେ । କେନ୍ଦ୍ରମନ୍ତ୍ରୀ ପ୍ରତାପଙ୍କ ଭଳି ସଂସଦରେ ସୋମବାର ଓଡ଼ିଆ ଏମପି ଅମର ପଟ୍ଟନାୟକ ଏକାଧିକ ଭାଷାରେ ନିଜର ବକ୍ତବ୍ୟ ରଖି ଚର୍ଚ୍ଚା ପରିସରକୁ ଆସିଛନ୍ତି । ରାଜ୍ୟ ସଭାରେ ବିଜେଡି ସାଂସଦ ଶ୍ରୀ ପଟ୍ଟନାୟକ ୬ଟି ଭାଷାରେ ବକ୍ତବ୍ୟ ରଖିଛନ୍ତି । ବଜେଟ୍ ଆଲୋଚନାରେ ଭାଗ ନେଇଥିବା ବେଳେ ସେ ଅର୍ଥମନ୍ତ୍ରୀ ସୀତାରମଣଙ୍କ ବିଭିନ୍ନ ପ୍ରସ୍ତାବ ଉପରେ ମତ ରଖିଥିଲେ । ସେ ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ସଂସ୍କୃତ, ଗୁଜୁରାଟୀ ଏବଂ ତାମିଲ ଭାଷାର ବ୍ୟବହାର କରିଥିଲେ । ସରକାରଙ୍କ ପକ୍ଷରୁ ବଜେଟ୍ରେ ନିଆଯାଇଥିବା କେତେକ ପ୍ରସ୍ତାବକୁ ସେ ସ୍ୱାଗତ କରିବା ସହିତ ରାଜ୍ୟକୁ କେନ୍ଦ୍ରୀୟ ଟିକସରୁ ଅଧିକ ପାଣ୍ଠି ଦେବା ପାଇଁ ଦୃଢ଼ ଦାବି କରିଥିଲେ । ଏହି ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଗୃହରେ ଉପସ୍ଥିତ ଥିଲେ । କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶାକୁ ଅଧିକ ପାଣ୍ଠି ଦେବା ପାଇଁ ଶ୍ରୀ ପଟ୍ଟନାୟକ ତାମିଲ ଭାଷାରେ ଦାବି କରିବା ସମୟରେ ଅର୍ଥମନ୍ତ୍ରୀ ସୀତାରମଣ ହସୁଥିବା ଦେଖିବାକୁ ପାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ