୬ ଶିଶୁ ଶ୍ରମିକ ଉଦ୍ଧାର
ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦୋରଗୁଡ଼ା ଅଞ୍ଚଳରେ ଏକ ବାଦାମ କ୍ଷେତରେ ଶିଶୁ ଶ୍ରମିକଙ୍କୁ କାମରେ ଲଗାଯାଇଥିବା ସୂଚନା ମିଳିଥିଲା । ଏହି ସୂଚନା ପାଇବା ପରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ସୁପରଭାଜର ସୋନୁ ମଲାଲି ଓ କେଶ୍ ୱର୍କର ମୁଟୋମ ସୋମେଶ ଘଟଣାସ୍ଥଳରେ ପହଞ୍ଚି ଏମଭି ୩୧ ଗ୍ରାମର ପ୍ରତାପ ବିଶ୍ବାସଙ୍କ ଜମିରୁ ୬ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛନ୍ତି। ସୂଚନା ଥାଉକି ଉକ୍ତ ସମସ୍ତ ଶିଶୁ ଶ୍ରମିକ ଦୀର୍ଘ ଦିନଧରି ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ସ୍ଥାନୀୟ ବାସିନ୍ଦା ସୂଚନା ଦେଇଛନ୍ତି | ଉଦ୍ଧାର ପରେ ଏହି ଶିଶୁମାନଙ୍କୁ ଶିଶୁ କଲ୍ୟାଣ କମିଟି ଙ୍କୁ ହସ୍ତାନ୍ତର କରାଯାଇଛି ଓ ଶିଶୁ ଯତ୍ନ ପ୍ରତିଷ୍ଠାନ ପରିବର୍ତ୍ତନ ସଂସ୍ଥା ରେ ରଖାଯାଇଛି। ଏହି ଶିଶୁମାନେ କୋରୁକୋଣ୍ଡା ବ୍ଲକର ନାକାମାମୁଡ଼ି ପଞ୍ଚାଯତ ଅନ୍ତର୍ଗତ କେନ୍ଦୁଗୁଡ଼ା ଗ୍ରାମର ବସିନ୍ଦା |ପ୍ରକଳ୍ପ ସଂଯୋଜକ ଶ୍ୟାମ ସଗରିଆ କହିଛନ୍ତି ଯେ, ଏହି ଶିଶୁମାନଙ୍କୁ ପରବର୍ତ୍ତୀ ସମୟରେ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯିବ ଓ ତାଙ୍କ ପାଇଁ ସରକାରୀ ସହଯୋଗ ଯଥାସମୟରେ ଯୋଗାଇ ଦିଆଯିବ ଶିଶୁ ଶ୍ରମିକଙ୍କୁ ନିୟୋଜିତ କରୁଥିବା ମାଲିକଙ୍କ ପ୍ରତି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉନଥିବା କାରଣରୁ ଶିଶୁ ଶ୍ରମିକ କମିବା ପରିବର୍ତ୍ତେ ବଢିବାରେ ଲାଗିଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।