୬ ହଜାର ଟଙ୍କାର ରାସନ୍ କିଣି ପ୍ରଦାନ କଲେ ୮ ଲକ୍ଷ ଟଙ୍କା
ଚିକାଗୋ: ଅବିଶ୍ବାସ ହେଲେ ବି ସତ। ଆମେରିକାର ଜଣେ ବ୍ୟକ୍ତି ୬ ହଜାର ଟଙ୍କାର ରାସନ୍ କିଣି ପ୍ରଦାନ କରିଛନ୍ତି ୮ ଲକ୍ଷ ଟଙ୍କା। ଚିକାଗୋର ଏକ ଜେନେରାଲ ଷ୍ଟୋରରୁ ଜଣେ ବ୍ୟକ୍ତି ୯୦ ଡଲାରର ସାମଗ୍ରୀ କିଣିଥିଲେ ମାତ୍ର ତାଙ୍କୁ ୧୧୫୫୨ ଡଲାରର ବିଲ୍ ପ୍ରଦାନ କରିବାକୁ ପଡିଥିଲା। ୬୮୦୦ (୯୦.୯୬ ଡଲାର) ଟଙ୍କାର ବିଲ୍ ପାଇଁ ଉକ୍ତ ବ୍ୟକ୍ତିଙ୍କୁ ୮.୭୯ ଲକ୍ଷ ଟଙ୍କା (୧୧୫୫୨ ଡଲାର) ବିଲ୍ ପ୍ରଦାନ କରିବାକୁ ପଡିଥିଲା। ନିକ୍ ବ୍ଲାନୁଶା ନାମକ ଏହି ବ୍ୟକ୍ତି ଜଣକ ମାରିଆନୋ ଗ୍ରୋସରୀ ଷ୍ଟୋରରୁ ଜିନିଷ କିଣୁଥିବା ବେଳେ ଏହି ଘଟଣା ଘଟିଥିଲା। ପରବର୍ତ୍ତୀ ସମୟରେ ଗ୍ରୋସରୀ ଷ୍ଟୋର ପକ୍ଷରୁ ବଳକା ଅର୍ଥ ଫେରସ୍ତ କରାଯାଇଥିଲା।