୭ତାରିଖ ପର୍ଯ୍ୟନ୍ତ ଶାଳଣିଆଁ ଆଂଶିକ ସର୍ଟଡାଉନ

ହାଟଡିହି, (ଓ୍ବାଇଏନ୍ଏସ୍):କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଶାଳଣିଆଁ ଓ ସୋଲପଟା ଅଞ୍ଚଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏଠାରେ ସର୍ଟଡାଉନ ଅବଧିକୁ ଆସନ୍ତା ୭ତାରିଖ ରାତି ୧୨ଟା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।ଏଠାରେ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହେବାପରେ ଆନନ୍ଦପୁର ଉପଜିଲ୍ଲାପାଳ ଜୁଲାଇ୨୮ତାରିଖରୁ ଅଗଷ୍ଟ ୨ତାରିଖ ପର୍ଯ୍ୟନ୍ତ ସର୍ଟଡାଉନ ଘୋଷଣା କରିଥିଲେ । କିନ୍ତୁ ଆକ୍ରାନ୍ତଙ୍କ ସଂଖ୍ୟା ଲାଗିରହିବାରୁ ଏହାକୁ ପୁନର୍ବାର ଅଗଷ୍ଟ ୩ତାରିଖ ସକାଳ ୫ଟାଠାରୁ ଅଗଷ୍ଟ ୭ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକୀୟ ସେବା ଜାରି ରହିବା ସହିତ ଔଷଧ ଦୋକାନ, କ୍ଲିନିକ ଗୁଡିକ ଖୋଲା ରହିବ । ବ୍ୟାଙ୍କ ବନ୍ଦ ରହିବା ସହିତ କେବଳ ଏ.ଟି.ଏମ ଖୋଲାରହିବ ବୋଲି ନିର୍ଦ୍ଦେଶ ଦିଆଯାଇଛି । ସେହିପରି ତେଜରାତି, କ୍ଷୀର ଓ ପନିପରିବା ଦୋକାନ ଗୁଡିକ ସକାଳ ୭ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲାରହିବ ବୋଲି ଚିଠିନଂ୪୬/ତା ୧/୮/୨୦୨୦ରେ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଏହି ସର୍ଟଡାଉନର ଅବଧି ସମାପ୍ତ ହୋଇଯାଉଥିବାରୁ ଲୋକମାନେ ଚିନ୍ତାରେ ଥିଲେ । ଦୋକନପତ୍ର ଖୋଲାଯିବ କି ନାହିଁ ସର୍ଟଡାଉନ ଅବଧି ବୃଦ୍ଧି ହବକି ନାହିଁ ବୋଲି ଲୋକମାନେ ଜାଣି ପାରିନଥିଲେ । ରାତି ୮ଟାବେଳେ ସ୍ଥାନୀୟ ଜନପ୍ରତିନିଧି ଓ ଲୋକମାନେ ଚିଠି ପାଇବାପରେ ଯାଇ ଲୋକମାନେ ଆସ୍ୱସ୍ଥି ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ