୭ନମ୍ବର ଜୋନର ୬ଟି ପଞ୍ଚାୟତରେ ବିଜୟୀ ସରପଞ୍ଚ ଓ ସମିତିସଭ୍ୟ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ବ୍ଲକର ୭ନମ୍ବର ଜୋନରେ ଗାଙ୍ଗପଡା, ପଳସିଂହା, ସାନମାଣିତିଆ, କେଶପୁର, ଚନ୍ଦନପୁର ଓ ବାରୋ ପ୍ରଭୃତି ୬ଟି ପଞ୍ଚାୟତ ରହିଛି । କେନ୍ଦ୍ରାପଡା ବ୍ଲକ ବିଡିଓ ତଥା ନିର୍ବାଚନ ଅଧିକାରୀଙ୍କ ଘୋଷଣା ଅନୁଯାଇ ଗାଙ୍ଗପଡା ପଞ୍ଚାୟତରେ ସରପଞ୍ଚ ଭାବେ ଅଶ୍ୱିନୀ କୁମାର ପାତ୍ର ବିଜୟୀ ହୋଇଥିବା ବେଳେ ପଳସିଂହା ପଞ୍ଚାୟତରେ ସରପଞ୍ଚ ଭାବେ ଦେବେନ୍ଦ୍ର ପରିଡା ବିଜୟୀ ହୋଇଛନ୍ତି । ସେହିଭଳି ସାନମାଣିତିଆ ପଞ୍ଚାତରେ ସରପଞ୍ଚ ଭାବେ ବିଭୁତି ଭୂଷଣ ମଲିକ ବିଜୟୀ ହୋଇଥିବା ବେଳେ କେଶପୁର ପଞ୍ଚାୟତର ସରପଞ୍ଚ ଭାବେ କଲ୍ୟାଣୀ ମଲିକ ବିଜୟୀ ହୋଇଛନ୍ତି । ଚନ୍ଦନପୁର ପଞ୍ଚାୟତର ସରପଞ୍ଚ ଭାବେ ରମାକାନ୍ତ ମଲିକ ବିଜୟୀ ହୋଇଥିବା ବେଳେ ବାରୋ ପଞ୍ଚାୟତର ସରପଞ୍ଚ ଭାବେ ଗୋପିନାଥ ମଲିକ ବିଜୟୀ ହୋଇଛନ୍ତି । ସେହିଭଳି ଗାଙ୍ଗପଡା ପଞ୍ଚାୟତର ସମିତି ସଭ୍ୟା ଭାବେ ସନ୍ଧ୍ୟାରାଣୀ ସେଠୀ ବିଜୟୀ ହୋଇଥିବା ବେଳେ ପଳସିଂହା ପଞ୍ଚାୟତର ସମିତି ସଭ୍ୟା ଭାବେ କୁମୁଦିନୀ ପରିଡା, ସାନମାଣିତିଆ ପଞ୍ଚାୟତର ସମିତିସଭ୍ୟ ଭାବେ ଚନ୍ଦ୍ରମଣୀ ବେହେରା, କେଶପୁର ପଞ୍ଚାୟତର ସମିତିସଭ୍ୟା ଭାବେ ବାସନ୍ତୀ ବେହେରା, ଚନ୍ଦନପୁର ପଞ୍ଚାୟତର ସମିତିସଭ୍ୟା ଭାବେ ବିଷ୍ଣୁପ୍ରିୟା ମାନସିଂ ଓ ବାରୋ ପଞ୍ଚାୟତର ସମିତିସଭ୍ୟା ଭାବେ ସଶ୍ମିତା ପଲାଇ ବିଜୟୀ ହୋଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ