୭ନମ୍ବର ମଣ୍ଡଳ ଜୋନରେ ବିଜେପିର ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଜିଲ୍ଲା ବିଜେପି ଦ୍ୱାରା ଆଧାରିତ ପଥରକଣୀ ୭ନମ୍ବର ମଣ୍ଡଳ ଜୋନରେ ୨ଦିନିଆ ପ୍ରଶିକ୍ଷଣ ଶିବିରର ଶେଷ ଦିବସରେ ୬ଷ୍ଠରୁ ୧୦ମ ସୁତ୍ର ପର୍ଯ୍ୟନ୍ତ କାର୍ଯ୍ୟକ୍ରମରେ କାର୍ଯ୍ୟକର୍ତ୍ତାମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଏଥିରେ ରାଷ୍ଟ୍ରୀୟ ସୁରକ୍ଷା ସାମର୍ଥ୍ୟ,ସୋସିଆଲ ମିଡିଆ କାର୍ଯ୍ୟପଦ୍ଧତି,ରାଜ୍ୟ ରାଜନୈତିକ ପୃଷ୍ଠଭୂମି ସମ୍ପର୍କରେ ବିଷୟ ପ୍ରମୁଖ ବିଷ୍ଣୁ ଦାସ,କାନନବାଳା ଦାସ ଓ ମାନସ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ବିଷୟ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ପ୍ରଶିକ୍ଷଣ ଶିବିରର ଶେଷ ଦିବସରେ ବିଜୟ ମହାନ୍ତି, ଦୟାନିଧି ବଳ, ଶେଷଦେବ ପ୍ରଧାନ, ପତିତପାବନ ରାଉତ, ହରିଶ ପ୍ରଧାନ, ସର୍ବେଶ୍ୱର ଧଳ, ଦେବ ପ୍ରସାଦ ଧଳ ପ୍ରମୁଖ ଶିବିର ପରିଚାଳନା କରିଥିଲେ । ଏଥିରେ ବିଜେପିର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇ ପ୍ରଶିକ୍ଷଣ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ