୭ନମ୍ବର ୱାର୍ଡ ସିପିଆଇ ପ୍ରାର୍ଥୀଙ୍କ ନିର୍ବାଚନ ପ୍ରଚାରରେ ସାମିଲ ହେଲେ ରାଜ୍ୟ ନେତୃବୃନ୍ଦ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରପରିଷଦର ୭ନମ୍ବର ୱାର୍ଡରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟିର କାଉନସିଲର ପ୍ରାର୍ଥୀ ଭାବରେ କମ୍ରେଡ ଘୁଙ୍ଗୁରବାଳା ବେହେରା ତାଙ୍କର ନିର୍ବାଚନୀ ପ୍ରଚାର କାର୍ଯ୍ୟ ଚଳାଇଛନ୍ତି । ବୁଧବାର ସି.ପି.ଆଇ.ର ରାଜ୍ୟ ନେତୃତ୍ୱ ତଥା ରାଜ୍ୟ କାର୍ଯ୍ୟକାରୀ କମିଟି ସଭ୍ୟ ବିଜୟ କୁମାର ଜେନା ଏବଂ ପୂର୍ବତନ ବିଧାୟକ ରାଧାକାନ୍ତ ସେଠୀ, ସି.ପି.ଆଇ.(ଏମ) ଜିଲ୍ଲା ସମ୍ପାଦକ ଗୟାଧର ଧଳ, ସି.ପି.ଆଇ. ଜିଲ୍ଲା ସମ୍ପାଦକ ରମଣୀରଞ୍ଜନ ରାଉତରାୟ, ସହ ସମ୍ପାଦକ ଆଦିକନ୍ଦ ରାଉଳ, ଏ.ଆଇ.ଟି.ୟୁ.ସି.ର ଜିଲ୍ଲା ସଭାପତି ବାବାଜୀ ଧଳ, ସାଥି ସୁହାନା ବେଗମ, ସାଥି ଏଲୀନା ସାମନ୍ତରାୟ, ସାଥି ନିରଞ୍ଜନ ଦାସ, ବିକାଶ ଚନ୍ଦ୍ର ବେଉରା, କେନ୍ଦ୍ରାପଡା ଜୋନ ସମ୍ପାଦକ ସୁବାସିନୀ ଭଦ୍ର ପ୍ରମୁଖ ସାମିଲ ହୋଇ ସ୍ୱଛ, ଦୂର୍ନୀତିମୁକ୍ତ ଓ ଉତ୍ତରଦାୟୀ ପୈାରପରିଷଦ ଗଠନ ପାଇଁ କମ୍ୟୁନିଷ୍ଟ ପାର୍ଟିର ପ୍ରାର୍ଥୀ ଘୁଙ୍ଗୁରବାଳାଙ୍କୁ ଦା’ଧାନକେଣ୍ଡା ଚିହ୍ନରେ ଜିତାଇବାକୁ ନିବେଦନ କରିଥିଲେ । ଏହାସହିତ କେନ୍ଦ୍ରାପଡା କେନାଲର ପୁନରୁଦ୍ଧାର, ମୀରପାଟଣା ଶ୍ମସାନକୁ ରାସ୍ତା, ପାନୀୟ ଜଳ, ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଓ ଡ୍ରେନ ବ୍ୟବସ୍ଥାକୁ ପୁନରୁଦ୍ଧାର ପାଇଁ ଦାବି କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ