୭ଲକ୍ଷ ଟଙ୍କାର ଭାଙ୍ଗ ଜବତ, ଜଣେ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଚୋରା ଗଞ୍ଜେଇ ଓ ଭାଙ୍ଗ କାରବାରକୁ ରୋକିବା ପାଇଁ ପୋଲିସ ତରଫରୁ ବ୍ୟାପକ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହିର ଜିଲ୍ଲା ମୋହନା ଥାନା ପକ୍ଷରୁ ୧୪୦୩ କେଜି ୨୦୦ ଗ୍ରାମ ଭାଙ୍ଗ ଜବତ କରାଯାଇଥିବାର ଜଣାପଡିଛି । ଲୁହାଗୁଡି ଗ୍ରାମ ନିକଟସ୍ଥ କମଳାପୁର ତନଖି ଫାଟକ ଠାରେ ମୋହନା ଥାନା ଏଏସ୍‌ଆଇ ପୀତବାସ ଶତପଥୀ ଏବଂ ଦଳୀୟ ଟିମ୍ ଓଡି ୦୭ ଏନ୍ ୯୬୪୭ ନମ୍ବର ବିଶିଷ୍ଟ ଏକ ମିନିଭ୍ୟାନକୁ ଅଟକାଇ ତଲାସି କରିଥିଲେ । ସେଥିରୁ ୧୪୦୩କେଜି ୨୦୦ଗ୍ରାମ ଭାଙ୍ଗ ଜବତ କରିବା ସହିତ ଗଂଜାମ ଜିଲ୍ଲା ଆସ୍କା ଅଞ୍ଚଳର ସମ୍ଭୁ ସାହୁ ନାମକ ଭାଙ୍ଗ ଚାଲାଣକାରୀକୁ ଗିରଫ କରାଯାଇଥିବାର ସୂଚନା ମିଳିଛି । ଉକ୍ତ ଭାଙ୍ଗକୁ ଜିଲ୍ଲାର ଅନ୍ତରବା ଅଞ୍ଚଳରୁ ଆସ୍କା ଏବଂ ପୁରୀକୁ ଚାଲାଣ କରାଯାଉ ଥିବା ଗିରଫ ଜଣକ ପୋଲିସକୁ କହିଛି । ଏ ନେଇ ମୋହନା ଥାନାରେ ଏକ ମାମଲା ରୁଜୁ କରାଯାଇ, ଆସାମୀକୁ କୋର୍ଟକୁ ଚାଲାଣ କରାଯାଇଛି । ଜବତ ଭାଙ୍ଗର ଆନୁମାନିକ ମୂଲ୍ୟ ବଜାର ଦରରେ ୭ଲକ୍ଷ ଟଙ୍କା ହେବ ବୋଲି ମୋହନା ଥାନା ଅଧିକାରୀ ସୁଜିତ କୁମାର ନାୟକ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ