୭୦ତମ ବନୋମହୋସ୍ରବ ପାଳିତ

ଗଂଜାମ ଜିଲ୍ଲା ସୋରଡ଼ା ଠାରେ ପାଳିତ ହୋଇଯାଇଛି , ୭୦ ତମ ବନ ମହୋତ୍ସବ। ମହୋତ୍ସବ ରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପୂର୍ଣ ଚନ୍ଦ୍ର ସ୍ୱାଇଁ ,ଊୠଙ ଶୁଳପାଣି ଶତପଥୀ ଯୋଗଦେଇଥିଲେ। ସୋରଡା , (ଯୁଗାବ୍ଦ ନ୍ୟୁଜ୍) ଗଞ୍ଜାମ ଜିଲ୍ଲା ସୋରଡାରେ ୭୦ ତମ ବନ ମହୋସ୍ରବ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ , ଡିଏଫଓ ଶୂଳପାଣି ଶତପଥି ,ଯୋଗଦେଇଥିଲେ । ସମ୍ମାନନୀୟ ଅତିଥିଭାବେ ବନାଞ୍ଚଳ ଅଧିକାରୀ କାଁହୁ ଚରଣ ପନାୟକ,ଥାନା ଅଧିକାରୀ ପ୍ରଭାତ ସାହୁ ଯୋଗ ଦେବା ସହ ୫୦ରୁ ଅଧିକ ବନାଞ୍ଚଳ କର୍ମଚାରୀ ଯୋଗଦେଇଥିଲେ।କାଯ୍ୟକର୍ମ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ପରିବେଶ ଓ ଜଳ ବାୟୁ ପରିବର୍ତନ ଜନିତ କୁପ୍ରଭାବର ସୃଷ୍ଟିକୁ ସୁରକ୍ଷା ଦେବା ପାଇଁ ଅଧିକରୁ ଅଧିକ ଚାରା ରୋପଣ କରିବା।ଜଙ୍ଗଲ କ୍ଷୟ ହେତୁ ବନ୍ୟା,ବାତ୍ୟା,ମରୁଡି ପରି ବହୁ ପ୍ରକାର ପ୍ରାକୃତିକ ଦୁର୍ବିପାକ ଜଳବାୟୁ ପରିବର୍ତ୍ତନ ଭଳି ସମସ୍ୟା ଦେଖାଦେଉଛି ।ଏହି ସମସ୍ୟା କୁ ଦୂର କରିବା ପାଇଁ ପ୍ରତେକଟି ଲୋକଙ୍କୁ ବୃକ୍ଷ ରୋପଣ କରିବା ଜରୁରୀ ବୋଲି ଲୋକଙ୍କୁ ସଚେତନତା କରାଯାଇଥିଲା।ପ୍ରତେକ ବର୍ଷ ଜୁଲାଇ ୧ ରୁ ୭ ତାରିଖ ବନ ମହୋତ୍ସବ ପାଳନ କରାଯାଉଛି।ଆଜି ସୋରଡ଼ା ବ୍ଲକ ର ବିଭିନ୍ନ ଜାଗାରେ ୧୦୦୦ ରୁ ଅଧିକ ବୃକ୍ଷରୋପଣ କରାଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ