୭୦ ବର୍ଷରେ ପଦାର୍ପଣ କଲା ବରହମପୁର ଲକ୍ଷ୍ମୀ ନାରାୟଣ ପୂଜା
ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ଛୟାଳସିଂ ପଞ୍ଚାୟତ ବରହମପୁର ଗ୍ରାମରେ ଲକ୍ଷ୍ମୀ ନାରାୟଣ ପୂଜା ୭୦ ବର୍ଷରେ ପଦାର୍ପଣ କରିଛି । ପୂଜା ମଣ୍ଡପରେ ଲକ୍ଷ୍ମୀ ନାରାୟଣଙ୍କ ସମେତ ପାଶ୍ୱର୍ ଦେବାଦେବୀ ଓ ବାରୁଆଳି ଆଦି ମୃଣ୍ମୟୀ ମୂର୍ତ୍ତି ପୂଜା ପାଉଛନ୍ତି । ପ୍ରାରମ୍ଭରେ ମଠ ସାହିସ୍ଥିତ କପାଳୀ ନଦୀରୁ ଅଭିମନ୍ୟୁ ଖଣ୍ଡା, ମହେଶ୍ୱର ଜେନା, ମାଧବାନନ୍ଦ ବେହେରା କଳସ ଆଣିବା ପରେ ଘଟସ୍ଥାପନା ପୂର୍ବକ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା । ପୂଜକ ଲଳିତ ମୋହନ ମିଶ୍ର, ଅଭିମନ୍ୟୁ ପଣ୍ଡା ପୂଜା କାର୍ଯ୍ୟ ସଂପାଦନ କରୁଛନ୍ତି । ଶନିବାର ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ପୂଜା କାର୍ଯ୍ୟରେ କମିଟିର ସଭାପତି ରାମ ଚନ୍ଦ୍ର ସାମନ୍ତରାୟ, ସଂପାଦକ ମକରଧ୍ୱଜ ବାରିକ, ରାଜ କିଶୋର ଘଡେଇ, ନରେଶ ମହାନ୍ତି, ପ୍ରଭାତ ରାଉତ, ଅମୂଲ୍ୟ ଖଣ୍ଡା, ଗୟାଧର ବେହେରା, ସନାତନ ଚଢେଇ, ପ୍ରଦୀପ ବାରିକ, କୈଳାସ ଜେନା, ପ୍ରଦୀପ ଘଡେଇ, ବିଷ୍ଣୁ ମୋହନ ଘଡେଇଙ୍କ ସମେତ ବରହମପୁର, କଣ୍ଟିଗଢିଆ, ଖର୍ଦ୍ଦା ଗ୍ରାମବାସୀ ମାନେ ସହଯୋଗ କରୁଛନ୍ତି । ପ୍ରତ୍ୟେହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଥିବା ବେଳେ ଗୁରବାର ଓ ଶୁକ୍ରବାର ୨ ରାତ୍ର ଯାତ୍ରାଭିନୟ ଅନୁଷ୍ଠିତ ହେବ । ଦର୍ଶକ ମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ରଙ୍ଗୀନ ଆଲୋକ ମାଳାରେ ପୂଜା ମଣ୍ଡପକୁ ସଜ୍ଜିତ କରାଯାଇଛି । ଛୟାଳସିଂ, ଗଣିଜାଙ୍ଗ, ଟିଲୋ, ନିଳୋକ ଆଦି ପଞ୍ଚାୟତର ଶହ ଶହ ଶ୍ରଦ୍ଧାଳୁ ପୂଜା ଦେଖିବାକୁ ଆସୁଥିବା ଦେଖାଯାଇଛି ।


