୭୦ ବର୍ଷୀୟା ବୃଦ୍ଧାଙ୍କୁ ଛାଡି ପଳାଇଲେ ପରିବାର ଲୋକେ
ନିମାପଡ଼ା, (ସନ୍ତୋଷ ଦାଶ) :ମାନବିକତା ଏବେ ହଜିଯାଇଛି । ମଣିଷ ସ୍ୱାର୍ଥପର ହୋଇଯାଉଛି । ଏମିତି ଏକ ଉଦାହରଣ ଆଜି ଦେଖିବାକୁ ମିଳିଛି ନିମାପଡ଼ା ରେ । ମହାପ୍ରଭୂ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାପାଇଁ ସୁଦୂର ବିହାର ରୁ ଆସିଥିଲେ ରାଧେ ରଜତ ନାମକ ୭୦ ବର୍ଷୀୟା ବୃଦ୍ଧା । ତାଙ୍କୁ ତାଙ୍କ ପୁଅ, ବୋହୂ ସାଙ୍ଗରେ ଆଣି ବିହାର ରୁ ପୁରୀ ଶ୍ରୀ କ୍ଷେତ୍ର ଆସିଥିଲେ । ବୃଦ୍ଧା ଜଣକ ଶ୍ରୀ ଜଗନ୍ନାଥ ଙ୍କୁ ଦର୍ଶନ କରିବାପାଇଁ ବ୍ୟାକୁଳ ଥିଲେ । ମହାପ୍ରଭୂ ଙ୍କୁ ଦର୍ଶନ କରିବା ପରେ ସେ ଆଉ ତାଙ୍କ ପୁଅ, ବୋହୂ ଙ୍କୁ ଦେଖିବାକୁ ପାଇନଥିଲେ । ପାଖରେ ତାଙ୍କର ପଇସା ନଥିଲା । ଭୋକ ଉପାସରେ ଚାଲି ଚାଲି ସେ ପୁଅ, ବୋହୂ ଙ୍କୁ ଖୋଜିବାରେ ଲାଗିଥିଲେ।ବୟସ ଅଧିକ ହୋଇଯାଇ ଥିବାରୁ ସେ କାହାରି କୁ କିଛି କହିପାରି ନଥିଲେ । ସେ ପୁଅ, ବୋହୂ ଙ୍କୁ ଖୋଜି ଖୋଜି ଚାଲି ଆସିଥିଲେ ୪୫କିମି ଦୂର ନିମାପଡା ବ୍ଲକ ର ଡେଣୁଅ ଗ୍ରାମ କୁ । ସେଠାରେ ଜଣଙ୍କ ଘର ବାରେଣ୍ଡାରେ ଶୋଇଥିବାବେଳେ କିଛି ଯୁବକ ବୃଦ୍ଧା ଙ୍କ ଅବସ୍ଥା ଦେଖି ତାଙ୍କୁ ଖାଇବାକୁ ଦେଇ ତାଙ୍କ ଠାରୁ ସବୁ କଥା ଶୁଣିଥିଲେ । ଯୁବକ ମାନଙ୍କ ଠାରୁ ଖବର ପାଇ ସ୍ବେଛାସେବୀ ସଂଗଠନ ପତିତପାବନ ସେବା ସଂଘ ର ପରିଚାଳକ ଜଗତ ପ୍ରସାଦ ସାହୁ ଘଟଣା ସ୍ଥଳରେ ପହଞ୍ଚି ବୃଦ୍ଧା ଙ୍କୁ ସାଙ୍ଗ ରେ ନିଜ ସେବାଶ୍ରମ କୁ ଆଣି ପ୍ରାଥମିକ ଚିକିତ୍ସା କରାଇଛନ୍ତି । ବୃଦ୍ଧା ଜଣକ କହିଛନ୍ତି ତାଙ୍କ ଘର ବିହାର ଷ୍ଟେଟ ଧାନବାଦ ଥାନା ଗୋହିଆପୁର ବ୍ଲକ ଝରିଆ ଗ୍ରାମ ରେ । ଏବେ ସେବାଶ୍ରମ ରେ ସୁସ୍ଥ ହେବା ପର୍ଯ୍ୟନ୍ତ ତାଙ୍କୁ ରଖାଯିବ । ପରେ ପୋଲିସ ସହାୟତା ରେ ତାଙ୍କ ପରିବାର କୁ ଠାବ କରାଯାଇ ତାଙ୍କୁ ବୃଦ୍ଧା ଙ୍କୁ ହସ୍ତାନ୍ତର କରାଯିବ ବୋଲି କହିଛନ୍ତି ସେବାଶ୍ରମ ର ପରିଚାଳକ ଶ୍ରୀ ସାହୁ । ଏହି ଘଟଣା ସମଗ୍ର ଜିଲ୍ଲା ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ଡେଣୁଅ ଗ୍ରାମ ର ସଂପୂକ୍ତ ଯୁବକ ଓ ପତିତପାବନ ସେବାଶ୍ରମ ର ପରିଚାଳକ ଙ୍କୁ ସବୁ ମହଲ ରୁ ପ୍ରଶଂସା କରାଯାଇଛି ।


