୭୧’ତମ ବନ ମହୋତ୍ସବ କାର୍ଯ୍ୟକ୍ରମ ପାଳିତ

ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୁରଭଞ୍ଜ ଜିଲ୍ଲା ବହଳଦା ବନାଞ୍ଚଳ ଅନ୍ତର୍ଗତ ଦୁବଲାବେଡା ଓ ଭାଲୁଗୋଡା ବନସୂରକ୍ଷା ସମିତି ପକ୍ଷରୁ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ଦୁବଲାବେଡା ବନସୂରକ୍ଷା ସମିତି ପକ୍ଷରୁ ଦୁବଲାବେଡା ଠାରେ ରବିବାର ଦିନ ବନ ସୂରକ୍ଷା ସମିତି ସଂପାଦକ ଓ ବନ ସୂରକ୍ଷା ସମିତି ସଭ୍ୟ ସଭ୍ୟା’ଙ୍କ ସହିତ ଗ୍ରାମବାସୀ’ଙ୍କ ସହଯୋଗରେ ବନାଞ୍ଚଳ ଅଧିକାରୀ’ଙ୍କ ଉପସ୍ଥିତିରେ ବିଭିନ୍ନ ପ୍ରକାରର ବୃକ୍ଷରୋପଣ କରାଯାଇଥିଲା।ଏଠାରେ ବହଳଦା ବ୍ଲକ ଅଧ୍ୟକ୍ଷ ଦୁଃଖୁ ହେମ୍ବ୍ରମ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହିତ ପର୍ଯ୍ୟାବରଣ ସୂରକ୍ଷା ଓ ଜଙ୍ଗଲ ସୃଷ୍ଟି କରାଯିବାର ଆବଶ୍ୟକତା ସମ୍ବନ୍ଧରେ ଉପସ୍ଥିତ ଜନ ସାଧାରଣଙ୍କୁ ଅବଗତ କରିଥିଲେ।ଆଜି ସମବାର ଦିନ ଭାଲୁଗୋଡା ବନ ସୂରକ୍ଷା ସମିତି ପକ୍ଷରୁ ଭାଲୁଗୋଡା ଠାରେ ମୂଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ଅସନା ସମିତି ସଭ୍ୟ ପ୍ରଦୀପ ମୁଣ୍ଡା ଓ ଭାଲୁଗୋଡା ବନ ସୂରକ୍ଷା ସମିତି ସଭାପତି ଲିଟା ବାସ୍କେ’ଙ୍କ ସହିତ ଭାଲୁଗୋଡା ବନ ସୂରକ୍ଷା ସମିତି ସଭ୍ୟ ସଭ୍ୟା ତଥା ଗ୍ରାମବାସୀଙ୍କ ଉପସ୍ଥିତିରେ ଅଁଳା,ଜାମୁ,କରଞ୍ଜ,ଶିଶୁ ଓ କରଞ୍ଜ ପରି ବିଭିନ୍ନ ପ୍ରଜାତିର ବୃକ୍ଷ ରୋପଣ କରାଯାଇ ବନୋ ମହୋତ୍ସବ ପାଳନ କରାଯାଇଥିଲା।ଉଭୟ ବନ ମହୋତ୍ସବ କର୍ଯ୍ୟକ୍ରମରେ ବହଳଦା ବନାଞ୍ଚଳ ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ’ଙ୍କ ସହିତ ଝରାଡିହି ଫରେଷ୍ଟର ମହାବୀରସିଂ ମୁର୍ମୁ,ଝରାଡିହି ବନରକ୍ଷୀ ହେମନ୍ତ କୁମାର ହେମ୍ବ୍ରମ ଓ ପାରାଷ୍ଟାଫ ବୃହଷ୍ପତି ପଲେଇ ପ୍ରମୁଖ’ଙ୍କ ତତ୍ବାବଧାନରେ ବୃକ୍ଷ ରୋପଣ କରାଇଥିଲା।ରେଞ୍ଜର ରବିନ୍ଦ୍ରନାଥ ମହାନ୍ତ ନିଜ ବକ୍ତବ୍ୟରେ ବନ ସୂରକ୍ଷା ସମିତି ମାନଙ୍କ ଦ୍ବାରା ଜଙ୍ଗଲର ସୂରକ୍ଷା କାର୍ଯ୍ୟ ସଂପାଦନ ସହିତ ଜଙ୍ଗଲ ସୃଷ୍ଟିର ଆବଶ୍ୟକତା ତଥା ସାଧାରଣ ଲୋକଙ୍କୁ ଜଙ୍ଗଲ ରକ୍ଷା ଓ ଜଙ୍ଗଲ ସୃଷ୍ଟି ସମ୍ବନ୍ଧରେ ସଚେତନର ବାର୍ତ୍ତା ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ