୭୧ ବର୍ଷରେ ପଦାର୍ପଣ କଲା ଗଣିଜାଙ୍ଗ କାଳୀପୂଜା

ବନ୍ତ,(ଚାନ୍ଦିନୀ ମହାନ୍ତି) : ବନ୍ତ ବ୍ଲକ ଗଣିଜାଙ୍ଗସ୍ଥିତ ମା କାଳୀ ପଡିଆ ଠାରେ ବଜାର କମିଟି ପକ୍ଷରୁ ଆୟୋଜିତ କାଳୀ ପୂଜା ୭୧ ବର୍ଷରେ ପଦାର୍ପଣ କରିଛି । ଉକ୍ତ କାଳୀପୂଜା ଅନୁଷ୍ଠାନର ପ୍ରତିଷ୍ଠାତା ସ୍ୱର୍ଗତ ଗୌରହରି ପତି, ସ୍ୱର୍ଗତ ସିଦ୍ଧେଶ୍ୱର ଧଳ, ସ୍ୱର୍ଗତ କୃଷ୍ଣ ଚନ୍ଦ୍ର ପତିଙ୍କ ଉଦ୍ୟମରେ ପ୍ରଥମେ ଆରମ୍ଭ ହୋଇଥିଲା । ଚଳିତ ବର୍ଷ କୋଭିଡ୍ କଟକଣା ମଧ୍ୟରେ ପୂଜା ଆରମ୍ଭ ହୋଇଛି । ପ୍ରଥମେ କାରିଗର ବୃନ୍ଦାବନ ମଜୁମଦାର ମୂର୍ତ୍ତି ତିଆରି କରିଥିଲେ । ଚଳିତ ବର୍ଷ କାରିଗର ମଧୁ ସୂଦନ ସେଠୀ ମା’ଙ୍କ ମୃଣ୍ମୟୀ ମୂର୍ତ୍ତି ତିଆରି କରିଛନ୍ତି । ୫ ଦିନ ଧରି ପୂଜା ମଣ୍ଡପରେ ମାଆ ପୂଜା ପାଇବେ । ପୂଜା ଉତ୍ସବରେ କମିଟି ସଭାପତି ହୃଦାନନ୍ଦ ଘଡାଇ, ସଂପାଦକ ରାମ ଚନ୍ଦ୍ର ପଣ୍ଡାଙ୍କ ସମେତ ବଜାରର ସମସ୍ତ ବ୍ୟବସାୟୀ ମାନେ ସହଯୋଗ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ