୭୧ ମାଓବାଦୀଙ୍କ ଆତ୍ମସମର୍ପଣ ଭୁଶୁଡ଼ୁଛି ମାଓ ସଙ୍ଗଠନ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ଦିନକୁ ଦିନ ମାଓବାଦୀଙ୍କ ସଙ୍ଗଠନ ଦୁର୍ବଳ ହେବାରେ ଲାଗିଛି। ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ଦନ୍ତେୱାଡା ପୋଲିସ ନିକଟରେ ବୁଧବାର ୨୧ ମହିଳାଙ୍କ ସମେତ ୭୧ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଆତ୍ମସମର୍ପଣ କରିଥିବା ପୁରୁଷ ମାଓବାଦୀଙ୍କ ମଧ୍ୟରେ ୩୦ ଜଣ ହାର୍ଡକୋର ଥିବାବେଳେ ସେମାନଙ୍କ ନାମରେ ୬୮ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ଆତ୍ମସମର୍ପଣ କରିଥିବା ମାଓବାଦୀମାନେ କହିଛନ୍ତି, ସଙ୍ଗଠନର ଟପ୍ କ୍ୟାଡର ମାଓବାଦୀମାନେ ଏନ୍‌କାଉଣ୍ଟରରେ ମୃତ୍ୟୁବରଣ କରିଥିବାବେଳେ ଅନେକେ ଆତ୍ମସମର୍ପଣ କରିଛନ୍ତି। ଫଳରେ ସଙ୍ଗଠନ ଦିନକୁ ଦିନ ଭୁଶୁଡିବାରେ ଲାଗିଛି । ଅନ୍ୟପକ୍ଷରେ ଛତିଶଗଡ଼ ପୋଲିସ ବିଭିନ୍ନ ସ୍ଥାନରେ କ୍ୟାମ୍ପ ପ୍ରତିଷ୍ଠା କରି ମାଓବାଦୀ ସଙ୍ଗଠନକୁ ଧ୍ବଂସ କରିବାରେ ଲାଗିଛନ୍ତି। ତେଣୁ ନିଜ ଜୀବନ ପ୍ରତି ବିପଦ ଥ‌ିବା ଓ ସଙ୍ଗଠନରେ ପୂର୍ବ ଆଦର୍ଶ ନ ଥିବାରୁ ଆମେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ପୋଲିସ ନିକଟରେ ଆତ୍ମସମର୍ପଣ କରିଥ‌ିବା କହିଛନ୍ତି I ଏହି ମାଓବାଦୀମାନେ ଛତିଶଗଡ଼ର ନାରାୟଣପୁର, ବିଜାପୁର, ଦନ୍ତେୱାଡା ଅଞ୍ଚଳରେ ସକ୍ରିୟ ଭାବେ କାର୍ଯ୍ୟ କରିବା ସହ ବିଭିନ୍ନ ହିଂସାକାଣ୍ଡରେ ଜଡ଼ିତ ଥିଲେ। ଆତ୍ମସମର୍ପଣ କରିଥିବା ସମସ୍ତ ମାଓବାଦୀଙ୍କୁ ସରକାରଙ୍କ ଥଇଥାନ ନୀତି ଅନୁଯାୟୀ ସମସ୍ତ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଦନ୍ତେୱାଡା ପୋଲିସ ସୂତ୍ରରୁ ପ୍ରକାଶ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ