୭୨ ଗ୍ରାମ ବ୍ରାଉନ ସୁଗାର ଜବତ ଯୁବକ ଗିରଫ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ଅବକାରୀ ଅଧିକ୍ଷକ ଶ୍ରୀଯୁକ୍ତ ଜଗଦୀଶ ଚନ୍ଦ୍ର ସାମଲଙ୍କ ନିର୍ଦେଶ କ୍ରମେ ନିମାପଡା ଅବକାରୀ ଥାନା ଅଧିକାରିଣୀ ଶ୍ରୀମତୀ ମମତା କୁମାରୀ ଦାସଙ୍କ ନେତୃତ୍ୱରେ ଏକ ଟିମ ବଳଙ୍ଗା ଥାନା ଅଧୀନ ଗୋଡ଼ିମାଳ ଢ଼ାବା ନିକଟରେ ଚଢାଉକରି ସିପକ ସାହାଣୀ (୨୩) ନାମଙ୍କ ଯୁବକ ଙ୍କୁ ଗିରଫ କରି ତାଙ୍କ ଠାରୁ ୭୨ ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲେ। ନିମାପଡା ଅବକାରୀ ଥାନା ରେ ଏ ସଂକ୍ରାନ୍ତ ରେ ଏକ କେସ ନଂ୨୦/୨୨,୨୩ ରୁଜୁ କରାଯାଇ ଅଭିଯୁକ୍ତ ଯୁବକ କୁ କୋର୍ଟ ଚାଲାଣ କରାଯାଇଥିଲା କୋର୍ଟ ରେ ତାଙ୍କ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ନିମାପଡା ଉପ- କାରାଗାର କୁ ପଠାଯାଇଛି ।ଜବତ ବ୍ରାଉନ ସୁଗାରର ମୂଲ୍ୟ ପ୍ରାୟ ୭ ଲକ୍ଷ ୨୦ ହଜାର ଟଙ୍କାରୁ ଉର୍ଦ୍ଧ ହେବ ବୋଲି ଆକଳନ କରାଯାଇଛି।ଏହି ଚଢ଼ାଉରେ ଅବକାରୀ ଏ ଏସ ଆଇ ଜିତେନ୍ଦ୍ର ବେହେରା, ଅବକାରୀ କର୍ମଚାରୀ ବିଶ୍ୱଜିତ ମହାପାତ୍ର, ଦୀନବନ୍ଧୁ ବାରିକ,ତପନ ପ୍ରଧାନ, ସବିତା ସାହୁ ପ୍ରମୁଖ ସାମିଲ ଥିଲେ।