୭୨ ଦିନ ପରେ ମାଟିତଳୁ ଉଦ୍ଧାର ହେଲା ହାଡ କଙ୍କାଳ, ନିଖୋଜ ବିଧବା ମହିଳା ନିର୍ମଳାଙ୍କ ସନ୍ଧାନ ମିଳିଲା

ବାଲିଗୁଡ଼ା (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକର ବ୍ରାହ୍ମଣୀଗାଁ ଥାନା କୁମ୍ଭାରୀଗାଁ ପଂଚାୟତ ଅନ୍ତର୍ଗତ ଗୋବରକୁଟୀ ଗ୍ରାମରେ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ପଦାକୁ ଆସିଛି । ଗୋବରକୁଟୀ ଗ୍ରାମ ନିକଟ ଏକ ଜଙ୍ଗଲରେ ମାଟିତଳେ ପୋତା ଯାଇଥିବା ଏକ ମରଶରୀରର ହାଡ କଙ୍କାଳ ଉଦ୍ଧାର କରିଛି ପୋଲିସ୍ । ସୂଚନା ପ୍ରକାରେ ବ୍ରାହ୍ମଣୀ ଗାଁ ଥାନା ଗୋବରକୁଟୀ ଗ୍ରାମର ନିର୍ମଳା ଉଠାଣ ସିଂ ନାମକ ଜଣେ ବିଧବା ମହିଳା ଗତ ଫେବୃଆରୀ ମାସ ୧୦ ତାରିଖରୁ ନିଖୋଜ ଥିଲେ । ପରିବାରଲୋକେ ବହୁତ ଖୋଜାଖୋଜି କରି ନପାଇବାରୁ ଫେବୃୟାରୀ୧୨ ତାରିଖରେ ବ୍ରାହ୍ମଣୀଗାଁ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କୁମ୍ଭାରୀଗାଁ ର ଟୁକୁନା ମାଳିଙ୍କ ସହ ନିଖୋଜ ମହିଳାଙ୍କ ପୂର୍ବ ଶତୃତା ଥିଲା ଏବଂ ସେ ଏହି ବିଧବା ମହିଳାଙ୍କୁ ହତ୍ୟା କରିଥାଇପରେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଥିଲା । ଅଭିଯୋଗ ପ୍ରକାରେ ପୋଲିସ୍ ତଦନ୍ତ ଚଳାଇଥିଲେ ମଧ୍ୟ କୌଣଶି ସୁରାଗ ପାଇନଥିଲା । ହେଲେ ମୃତ ମହିଳାଙ୍କ ଦୁଇଝିଅ ରଶ୍ମିତା ଉଠାଣସିଂ,ସର୍ମିଳା ଉଠାଣସିଂ ଏବଂ ପୁଅ ଅମିତ ଉଠାଣ ସିଂ ମଙ୍ଗଳ ବାରଦିନ ସକାଳୁ ନିକଟସ୍ଥ ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇଥିଲେ । ସେହି ଜଙ୍ଗଲରେ ମାଟିତଳୁ ବାହାରକୁ ବାହାରିଥିବା ହାତର ହାଡ କଙ୍କାଳ ଏବଂ ତାଙ୍କ ମାଁ ବ୍ୟବହାର କରୁଥିବା ବ୍ଲ।ଉଜ ଖଣ୍ଡ ଏବଂ ଲୁଗାଖଣ୍ଡ ତାପାଖରେ ପଡିଥିବା ଦେଖି ଚିହ୍ନି ପାରି ବ୍ରାହ୍ମଣୀଗାଁ ଥାନା ଅଧିକାରୀଙ୍କୁ ଜଣାଇଥିଲେ । ଖବର ପାଇ ଥାନା ଅଧିକାରୀ ରଂଜିତ କୁମାର ମୁନୀ ସଦଳବଳେ ଘଟଣାସ୍ଥଳରେ ପହଂଚିଥିଲେ । ଗତକାଲି(ବୁଧବାର) ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ନରେନ୍ଦ୍ର କୁମାର ମଲ୍ଲିକ ,ବାଲିଗୁଡା ଏସ୍‌ଡିପିଓ ମାନସ ରଂଜନ ବାରିକ,ଥାନା ଅଧିକାରୀ ରଂଜିତ କୁମାର ମୁନୀ ଓ ସାଇନ୍ଟିଫିକ ଟିମ୍ ସନ୍ଧାନୀ କୁକୁର ସହ ଘଟଣା ସ୍ଥଳରେ ପହଂଚିଥିଲେ ଏବଂ ପରିବାର ଓ ସମ୍ପର୍କିୟଙ୍କ ଉପସ୍ଥିତିରେ ଉକ୍ତ ସମାଧି ଖୋଳି ମୃତକଙ୍କ କଙ୍କାଳ ଉଦ୍ଦାର କରିବାପରେ ହାଡକଙ୍କାଳକୁ ପରୀକ୍ଷା କରିବା ପାଇଁ ବ୍ରାହ୍ମପୁର ବଡ ମେଡିକାଲ କୁ ପଠାଯାଇଥିବା ବିଷୟ ଏସଡିପିଓ ଶ୍ରୀ ବାରିକ ସୂଚନା ଦେଇଛନ୍ତି । ସେପଟେ ସନ୍ଧାନୀ କୁକୁର ଘଟଣା ସ୍ଥଳରୁ ଟୁକୁନା ମାଳୀର ଘରପର୍ଯ୍ୟନ୍ତ ଯାଇ ତାର ଦୋକାନ ମିଲଘର ଅଟୋ ଚାରିପଟ ବୁଲିବା ପରେ ଟୁକୁନାର ଘରେ ଅଟକି ଯାଇଥିବା ଡଗ୍ ମାଷ୍ଟର ମନୋହର ମଲ୍ଲିକ ସୂଚନା ଦେଇଛନ୍ତି । ସମାଧି ଖୋଳିବା ପୂର୍ବରୁ ଏସ୍‌ଡିପିଓ ପରିବାର ଲୋକଙ୍କ ମତ ପଚାରିଥିଲେ ହେଲେ ତାଙ୍କଝିଅ ସର୍ମିଳା ଉଚିତ୍ ନ୍ୟାୟ ମିଳୁ ଏବଂ ତୁରନ୍ତ ଦୋଷୀକୁ ଉଚିତ ଦଣ୍ଡ ଦିଆଯାଉ ଏବଂ ପରିବାରରେ କେହି ରୋଜଗାର କ୍ଷମ ନଥିବାରୁ ସରକାରୀ ସୁବିଧା ଯୋଗାଇଦିଆଯାଉ ବୋଲି ଦାବି କରିଥିଲେ । ପରିବାର ଲୋକେ ଟୁକୁନାକୁ ଦୋଷୀ ବୋଲି ଦାବି କରୁଥିବା ବେଳେ ଉକ୍ତ ଘଟଣାକୁ ଅଂଚଳବାସୀ ତୀବ୍ର ନିନ୍ଦା କରିବାସହ ଦୋଷୀ ଏବଂ ତାଙ୍କ ସହେଯାଗୀ ମାନଙ୍କୁ ତୁରନ୍ତ ଗିରଫ କରି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବୀ କରିଛନ୍ତି । ଏହି ଘଟଣାର ସ୍ୱତନ୍ତ୍ର ତଦନ୍ତ ହେବ ଏବଂ କମ୍ ସମୟ ମଧ୍ୟରେ ଦୋଷିକୁ ଧରାଯିବ ବୋଲି ଏସ୍‌ଡିପିଓ ପ୍ରତିଶୃତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ