୭୨ ଲି ଦେଶୀ ମଦ ଜବତ ସହ ୪ କୋର୍ଟ ଚାଲାଣ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ):ମୟୂରଭଞ୍ଜ ଜିଲ୍ଲାର ଅବକାରୀ ସୁପରିଣ୍ଟେଡେଣ୍ଟଙ୍କ ନିର୍ଦ୍ଦେଶକ୍ରମେ ରାଇରଙ୍ଗପୁର ଅବକାରୀ ବିଭାଗର ଆଇଆଇସି ଧୀରେନ ବେହେରାଙ୍କ ନେତୃତ୍ବରେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ୭୨ ଲି ବେଆଇନ ଦେଶୀମଦ ଜବତ ସହ ୪ ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ସୂଚନାଯୋଗ୍ୟ ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ତିଳପୋଷି ଗ୍ରାମର ଭୀମ ମାଝୀ(୬୦)ଙ୍କ ପାଖରୁ ୧୭ କିମି ଦୂର,ଦାଣ୍ଡବୋଷ ଗ୍ରାମର ସାଲଖୁ କିସ୍କୁ (୫୨) ଙ୍କ ଠାରୁ ୧୮ ଲିଟର,ସାନପାଖଣା ଗ୍ରାମର ଶଙ୍କର ମହାନ୍ତ (୨୧) ଙ୍କ ଠାରୁ ୧୯ ଲିଟର ଦେଶୀ ମଦ ଜବତ କରାଯାଇଥିବା ବେଳେ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ନିରଞ୍ଜନ ଗ୍ରାମର ଠାକୁର ମାଝୀ(୫୩) ଙ୍କ ଠାରୁ ୧୮ ଲିଟର ଦେଶୀ ମଦ ଜବତ କରାଯାଇଛି ।


