୭୩ତମ ବନ ମହୋତ୍ସବ ଶ୍ରୀ ଭେଙ୍କଟେଶ୍ୱର ସରକାରୀ ହାଇସ୍କୁଲରେ ଉଦ୍ଯାପିତ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ମହେନ୍ଦ୍ର ରେଞ୍ଜ ଗାରାବନ୍ଧ ସେକ୍ସନରେ ଗତ ଜୁଲାଇ ୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ହାଇସ୍କୁଲ ଏବଂ ସରକାରୀ ଅନୁଷ୍ଠାନ ଗୁଡିକରେ ୭୩ତମ ବନ ମହୋତ୍ସବ ପାଳିତ ହୋଇଯାଇଅଛି । ପ୍ରଥମ ଦିନରେ ଗୋଷାଣୀ ବିଡିଓ ଦେଉଳା ସରକାରୀ ହାଇସ୍କୁଲ ଠାରେ ବୃକ୍ଷ ରୋପଣ କରି ବନ ମହୋତ୍ସବ ପାଳିତ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ । ଦ୍ୱିତୀୟ ଦିନରେ ସଉରା ରାଉତପୁର ୟୁପି ସ୍କୁଲ, ତୃତୀୟ ଦିନରେ ଅସ୍.ଓରେଡା, ଚତୁର୍ଥ ଦିନ ରେ ଗୁରାଣ୍ଡି ହାଇସ୍କୁଲ, ପଞ୍ଚମ ଦିନରେ ପଦ୍ମପୁର ହାଇସ୍କୁଲ, ଷଷ୍ଠ ଦିନରେ ପୁଲିଗୁମ୍ମା ୟୁପି ସ୍କୁଲ ଏବଂ ସରକାରୀ ହାଇସ୍କୁ ଠାରେ ଉଦ୍ଯାପିତ ବନ ମହୋତ୍ସବ ହୋଇଥିଲା । ଏଥିରେ ଗୋଷାଣୀ ବ୍ଲକ ଅଧ୍ୟକ୍ଷ ଏନ୍.ବୀରରାଜୁ ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ ଅନ୍ୟତମ ଅତିଥି ଭାବେ ଗାରବନ୍ଧ ସରପଞ୍ଚ ପି.ଅଶୋକ କୁମାର, ଗାରବନ୍ଧ ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିଚାଳକ ସୁଶିଳ କୁମାର ପାଢୀ, ଗାରବନ୍ଧ ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ସଭାପତି ପ୍ରସାଦ କୁମାର ପଟ୍ଟନାୟକ, ପ୍ରଧାନ ଶିକ୍ଷକ ବି.ଟି.ଆର୍. ପଟ୍ଟନାୟକ, ବନପାଳ କାମେଶ୍ୱର ରାଓ, ବନ ରେଞ୍ଜର କୋବିନ ପରିଛା ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ, ଛାତ୍ରଛାତ୍ରୀମାନେ ଉପସ୍ଥିତଥିଲେ । ବ୍ଲକ ଅଧ୍ୟକ୍ଷ ବୀରରାଜୁ ବୃକ୍ଷ ରୋପଣର ଉପକାରିତା ବିଷୟରେ କହିଥିଲେ । ବ୍ୟାଙ୍କ ପରିଚାଳକ ସୁଶିଳ ପାଢୀ କହିଥିଲେ ବୃକ୍ଷ ନଥିଲେ ଆମ୍ଭେ ବଞ୍ଚିପାରିବା ନାହିଁ ବୋଲି ବକ୍ତବ୍ୟ ରଖିଥିଲେ । ସେହପିର ପୁରାତନ ଛାତ୍ର ସବାପତି ପ୍ରସାଦ ପଟ୍ଟନାୟକ କହିଥିଲେ ବନ ମହୋତ୍ସବ ପ୍ରଥମେ କେନ୍ଦ୍ରମନ୍ତ୍ରୀ କେ.ଏନ୍.ମୁଲିଙ୍କ ଦ୍ୱାରା ୧୯୫୦ ମସିହ।।ରେ ଆରମ୍ଭ କରିଥିଲେ । ଆହୁରି କହିଥିଲେ ସମସ୍ତେ ମିଳିମିଶି ଆମ୍ଭ ହାଇସ୍କୁଲକୁ ସବୁଜ ସୁନ୍ଦର କରିବା ପାଇଁ ଆଜି ଆମ୍ଭେମାନେ ଶବଥ ପାଠ କରିବା । ସେହିପରି ବନପାଳ କାମେଶ୍ୱର କରିଥିଲେ ଯେ, ବୃକ୍ଷକୁ ଆମ୍ଭେ ପୂଜା କରୁ ବୃକ୍ଷକୁ କାଟିବା ନାହିଁ ବୃକ୍ଷ ଦ୍ୱାରା ଆମ୍ଭେ ବଞ୍ଚିଅଛୁ । ତେଣୁ ଆମ୍ଭେମାନେ ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରି ଏହାର ପାଳନ କରିବା ବୋଲି କହିଥିଲେ । ଶେଷରେ ପ୍ରଧାନ ଶିକ୍ଷକ ଧନ୍ୟବାଦ ଅର୍ପଣ କରି ହାଇସ୍କୁଲ ଭିତରେ ସମସ୍ତେ ବୃକ୍ଷରୋପଣ କରିଥିଲେ ।


