୭୩ତମ ସ୍ୱାଧୀନତା ଦିବସ ପାଳିତ
ବନ୍ତ(ଯୁଗାଦ୍ଧ ନ୍ୟୁଜ୍) : ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ୱାଧୀନତା ଦିବସ ପାଳିତ ହୋଇ ଯାଇଛି । ବନ୍ତ ପଞ୍ଚାୟତ ସମିତିରେ ଅଧ୍ୟକ୍ଷ ଦେବେନ୍ଦ୍ର କୁମାର ଜେନା ପତାକା ଉତ୍ତୋଳନ କରିଥିବା ବେଳେ ବିଡିଓ ରେବେକା ବିଲୁଙ୍ଗ, ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ନିରଞ୍ଜନ ସେଠୀ, ସୁରେନ୍ଦ୍ର ବାରିକ, ସୁରେନ୍ଦ୍ର ସାହୁ, ଚନ୍ଦ୍ରକାନ୍ତି ରଣା, ମିତ୍ରଭାନୁ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ତ ଥାନାରେ ଆଇଆଇସି ଗଣେଶ୍ୱର ପ୍ରଧାନ, ବିଜେଡି କାର୍ଯ୍ୟାଳୟରେ ବ୍ଲକ ସଭାପତି କମଳାକାନ୍ତ ସାହୁ, ସିପିଆଇ କାର୍ଯ୍ୟାଳୟରେ ବରିଷ୍ଠ ନେତା ଗୋପବନ୍ଧୁ ସେଠୀ, ତହସିଲ ଓ ସବ୍-ରେଜେଷ୍ଟି କାର୍ଯ୍ୟାଳୟରେ ତହସିଲଦାର ମନୋରମା ଜାଲି ପତାକା ଉତ୍ତୋଳନ କରିଥିବା ବେଳେ ଈଶ୍ୱର ନାୟକ, ସେକ୍ ସମସୁଲ ଅଲ୍ଲୀ, ସେକ୍ ଆବୁ ଫୟାଜ୍, ପ୍ରତାପ ସାହୁ, ଆଲୋକ ରାଉତରାୟ, ଆଇନଜୀବି ଅଣାକାର ମଲ୍ଲିକ ଉପସ୍ଥିତ ଥିଲେ । ବିଇଓ ଅଫିସରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ନିଗମାନନ୍ଦ ମିଶ୍ର, ଟିଲୋ ପଞ୍ଚାୟତରେ ସରପଞ୍ଚ ନିହାରିକା ରାଉତ, ନିଳୋକ ସତ୍ସଂଗ କେନ୍ଦ୍ରରେ ଯାଜକ କର୍ମୀ ଲକ୍ଷ୍ମୀଧର ଲେଙ୍କା, ନିଳୋକ ହାଇସ୍କୁଲରେ ହରେକୃଷ୍ଣ ଦାଶ, ନିଳୋକ ବାବାଜି ଚରଣ ସଂସ୍କୃତ ବିଦ୍ୟାଳୟରେ ଅବସରପ୍ରାପ୍ତ ପଣ୍ଡିତ ଗଣେଶ୍ୱର ପଣ୍ଡା, ହରିହର ନୋଡାଲ ଉପ୍ରା ବିଦ୍ୟାଳୟରେ ଶିକ୍ଷକ ନିରାକର ଜେନା, ପଳସାସ୍ଥିତ ସରସ୍ୱତୀ ଶିଶୁ ମନ୍ଦିରରେ ହଳଧର ବାଇ, ବନ୍ତ ବ୍ଳକ କଂଗ୍ରେସ କାର୍ଯ୍ୟାଳୟରେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା ପତାକା ଉତ୍ତୋଳନ କରିଥିବା ବେଳେ ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ କୁମାର ଦାସ, ୧୬ନଂ.ଜୋନ୍ ସଭାପତି ନିରଂଜନ ମଲ୍ଲିକ, ୧୫ନଂ.ଜୋନ୍ ସଭାପତି ଅନନ୍ତ ଦାସ, ରାହୁଲ ଅମିନ୍, ଜ୍ୟୋତି ରଞ୍ଜନ ନାୟକ, ବସନ୍ତ କର, ମଇନଲ ହକ୍, ୟାକୁବ୍ ଖାଁ, ରାଜା ସାହାଜି, ମଇଫୁଜ ରବାନି, ସେକ୍ ମଇବୁଲ୍ଲା, ମୀର୍ ହାସିମ୍, ସେକ୍ ନିଲଜାନ, ସାଦ୍ଧ୍ ସିଦ୍ଧିକ୍, ସମ୍ସାଦ୍ ପ୍ରମୁଖ ଉପସ୍ଥିତ ଥିଲେ । ବନ୍ତ ଜଳସେଚନ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, ପଧାନପଡା ସେବା ସମବାୟ ସମିତିରେ ସଭାପତି ହୃଷିକେଶ ସାହୁ ପତାକା ଉତ୍ତୋଳନ କରିଥିବା ବେଳେ ସଂପାଦକ ସେକ୍ ଗୋଲାମ୍, ଦିବାକର ବେହେରା, ଅନିଲ କୁମାର ପାତ୍ର, କିଶୋର କୁମାର ବେହେରା, ସଚ୍ଚିଦାନନ୍ଦ ନାୟକ, ବିନୋଦ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ସ୍କୁଲରେ ଅବସରପ୍ରାପ୍ତ ଶିକ୍ଷକ ଦୀନବନ୍ଧୁ ଜେନା ପତାକା ଉତ୍ତୋଳନ କରିଥିବା ବେଳେ ଶିକ୍ଷାବିତ୍ ଚାରୁ ଚନ୍ଦ୍ର ନାୟକ, ଗୋବିନ୍ଦ ଚନ୍ଦ୍ର ବାରିକ, ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ମହେଶ ଚନ୍ଦ୍ର ନାୟକ, ସରେଶ ଚନ୍ଦ୍ର ନାୟକଙ୍କ ସମେତ ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ମାନେ ଉପସ୍ଥିତ ଥିଲେ । ଶାଳକଣିଆ ହରିଶ୍ଚନ୍ଦ୍ର ଆଶ୍ରମ ବିଦ୍ୟାଳୟରେ ୧୫ନଂ.ଜୋନ୍ କଂଗ୍ରେସ ସଭାପତି ଅନନ୍ତ ଚରଣ ଦାସ ପତାକା ଉତ୍ତୋଳନ କରିଥିବା ବେଳେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ହରମୋହନ ବେହେରା, ନରେନ୍ଦ୍ର ସେଠୀ, ନିରଂଜନ ମଲ୍ଲିକ, ଅନନ୍ତ ମହାରଣା, ବସନ୍ତ କର ପ୍ରମୁଖ ଉପସ୍ଥିତ ଥିଲେ । ଏଥିସହ ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟ, କଳିଙ୍ଗ ବିକାଶ କଂପ୍ୟୁଟର, ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ସବ୍ ପୋଷ୍ଟ ଅଫିସ, ଆର.ଡବ୍ଲ୍ୟୁ.ଏସ୍.ଏସ୍ ଅଫିସ, ସରସ୍ୱତୀ ଶିଶୁ ମନ୍ଦିର, ଗଡଚଣ୍ଡି ମଧ୍ୟ ଇଂରାଜୀ ବିଦ୍ୟାଳୟ ସମେତ ବ୍ଲକର ବିଭିନ୍ନ ସରକାରୀ, ବେସରକାରୀ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଏହି ଦିବସ ପାଳିତ ହୋଇଯାଇଛି ।