୭୩ ତମ ବନ ମହୋତ୍ସବ ସପ୍ତାହ ପାଳିତ

କରଞ୍ଜିଆ, (ଜିତେନ୍ଦ୍ର ରାଜ) :-ଆଜି ଦିବା ୧0 ଘଟିକା ସମୟରେ କରଞ୍ଜିଆ ଏନଏସି ର ସରୁବାଲି ଠାରେ ୭୩ ତମ ବନ ମହୋତ୍ସବ ସପ୍ତାହ ୨0୨୨ ପାଳିତ ହୋଇଯାଇଛି । ଏ.ସି.ଏଫ ଫାଲଗୁନି ବେହେରା ଙ୍କ ସଂଯୋଜନା ରେ ଆୟୋଜିତ ସଭା କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିରୂପେ ଡେପୁଟି ଡାଇରେକ୍ଟର ଟାଇଗର ରିଜର୍ଭ , ଉତ୍ତର ଶିମିଳିପାଳ ଡି.ଏନ. ସାଇକ୍ରିଷ୍ଣା, ସମ୍ମାନିତଅତିଥି ରୂପେ ଉପଜିଲ୍ଲାପାଳ ପ୍ରେମାଂଶୁ ଚାନ୍ଦ ,ବିଡ଼ିଓ ଶିବାଶିଷ ବରାଳ, କରଞ୍ଜିଆ କଲେଜ ଅଧକ୍ଷ୍ୟ କୃଷ୍ଣଚନ୍ଦ୍ର ମହାପାତ୍ର, ଅଗ୍ନିଶମ ଅଧିକାରୀ ଦୀପକ କୁମାର ଜେନା, କାଉନସିଲର ଇ.ଏନ.ଏସ. ପ୍ରିୟଙ୍କା, କରଞ୍ଜିଆ ଫୋରେଷ୍ଟର ସୁରମୋହନ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ସୁବ୍ରତ କୁମାର ବିଶ୍ୱାଳ ମଞ୍ଚ ପରିଚାଳନା କରିଥିବା ବେଳେ କରଞ୍ଜିଆ ରେଞ୍ଜ ଅଧିକାରୀ ପ୍ରବୀର ମୁର୍ମୁ ଧନ୍ୟବାଦ ଅର୍ପଣ କରିଥିଲେ । ସଭା କାର୍ଯ୍ୟକ୍ରମ ଶେଷରେ ବନବିଭାଗ ଦ୍ୱାରା ଆୟୋଜିତ ପରିବେଶ ସମ୍ବନ୍ଧିତ ଚିତ୍ରାଙ୍କନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ କରଞ୍ଜିଆ ସମ୍ବାଦ ସାହିତ୍ୟ ଘର, ମାରୱାଡି ମହିଳା ସମିତି, କରଞ୍ଜିଆ କଲେଜ ଓ ସରୁବାଲି ପ୍ରାଥମିକ ବିଦ୍ୟାଳୟ ଛାତ୍ର ଛାତ୍ରୀ ଙ୍କ ସମେତ ଅଞ୍ଚଳ ର ବୁଦ୍ଧିଜୀବୀ ଓ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ