୭୩ ତମ ସ୍ୱାଧିନତା ଦିବସ ପାଳିତ
ହିଞ୍ଜିଳିକାଟୁ, (ଯୁଗାବ୍ଦ ନ୍ୟୁଜ୍) : ହିଞ୍ଜିଳିକାଟୁ ତ୍ରିରଙ୍ଗା ଯୁବକ ସଂଘ ଓ ଡିସକଭେର ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ସ୍ଥାନୀୟ ବୃନ୍ଦାବନ ଷ୍ଟାଡିୟମ୍ ପରିସରରେ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ତ୍ରିରଙ୍ଗା ପତାକା ଉତୋଳନ କରିବା ପୂର୍ବରୁ ସଂଘ ପକ୍ଷରୁ ଏକ ମୋଟର ସାଇକେଲ ଓ ସାଇକେଲ ରେ ବିଶାଳ ରାଲିରେ ବାହାରି ଭାରତ ମାତାକି ଜୟ ଧ୍ୱନିରେ ପ୍ରକମ୍ପିତ କରି ସହର ସାରା ପରିକ୍ରମା କରିଥିଲେ । ବାଇକ ରାଲି କୁ ଭାରପ୍ରାପ୍ତଥାନା ଅଧିକାରୀ ଅଭିମନ୍ୟୁ ଦାସ , ତହସିଲଦାର ଗୋପିନାଥ କଅଁର ,ନୀଳମଣି ପଟ୍ଟନାୟକ, ତ୍ରିରଙ୍ଗା ପତାକା ଦେଖାଇ ଶୁଭାରଭ୍ୱ କରିଥିଲେ । ସହର ସାରା ପରିକ୍ରମା କରିପାରିଲା ପରେ ବୃନ୍ଦାବନ ଷ୍ଟାଡିୟମ୍ ରେ ଏକତ୍ରିତ ହୋଇ ତହସିଲଦାର ଉପସ୍ଥିତ ରହି ପତାକା ଉତୋଳନ କରିଥିଲେ । ଏହା ପରେ ଏକତ୍ତିତ ହୋଇ ଜାତୀୟ ସଂଗୀତ ଗାନ କରିଥିଲେ । ଏହା ପରେ ବିଡିଓ ମହୋଦୟ ସ୍ଥାନୀୟ ଯୁବଗୋଷ୍ଟି ଓ ସ୍ୱେଚ୍ଛାସେବୀ ସଂଗଠନ ତରଫରୁ ଏହି କାର୍ଯ୍ୟକ୍ରମ କରି ଥିବାରୁ ତହସିଲଦାର ସ୍ୱାଗତ ଜଣାଇଥିଲେ ।