୭୩ ତମ ସ୍ୱାଧିନତା ଦିବସ ପାଳିତ
ବେଲଗୁଣ୍ଠା ,(ଯୁଗାବ୍ଦ ନ୍ୟୁଜ୍): ବେଲଗୁଣ୍ଠା ସହର ତଥା ବ୍ଲକର ବିଭିନ୍ନ ସ୍ଥାନରେ ୭୩ ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି ।ବେଲଗୁଣ୍ଠା ନଗରସ୍ତରୀୟ ସ୍ୱାଧିନତା ଦିବସ ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି ।ଏଥିରେ ମୂଖ୍ୟ ଅତିଥି ରୁପେ ବିଡିଓ ସରୋଜ କୁମାର ବେହେରା ଯୋଗ ଦେଇ ପତାକା ଉତୋଳନ କରିଥିଲେ ।ବେଲଗୁଣ୍ଠା ସହରର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ । ତ୍ରିରଙ୍ଗା ପତାକା ଉତୋଳନ ପରେ ସ୍କୁଲ ତରଫରୁ ଛାତ୍ରଛାତ୍ରୀ ମାନଙ୍କୁ ନେଇ ସାସ୍କୃତିକ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଥିଲ । ସାଂସ୍କୃତିକ କାର୍ୟ୍ୟକ୍ରମରେ ସ୍ୱାମୀ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ର ଛାତ୍ରୀ ମାନେ ପ୍ରଥମ ସ୍ଥାନ ଅଧିକାର କରିଥିବାବେଳେ ଜି.ଟି ହାଇସ୍କୁଲ ଦ୍ୱିତୀୟ ଓ ସରସ୍ୱତୀ ଶିଶୁ ମନ୍ଦିର ତୃତୀୟ ସ୍ଥାନ ଅଧିକାର କରିଥିଲ । ଏହି ସ୍ୱାଧିନତା ଦିବସ ଅବସରରେ ମହାନ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।