୭୪ତମ ସାଧାରଣତନ୍ତ୍ର ଦିବସ ପାଇଁ ପ୍ରସ୍ତୁତି ବୈଠକ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ):ସାଧାରଣତନ୍ତ୍ର ଦିବସ ପାଇଁ ସ୍ଥାନୀୟ ଉପଜିଲ୍ଲପାଳଙ୍କ କାର୍ଯ୍ୟାଳୟର ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ମଧୁସୁଦନ ବେହେରାଙ୍କ ସଭାପତିତ୍ୱରେ ବୈଠକ ଅନଷ୍ଠିତ ହୋଇଛି ଏବଂ ଅତିରିକ୍ତ ଜିଲ୍ଲାପାଳ ବନମାଳୀ ଶତପଥୀ,ବିଡିଓ ଶଶାଙ୍କ ଶେଖର ପାତ୍ର,ବ୍ଲକ ଅଧକ୍ଷା ମିଶାବତୀ ମଳିକ,ଏନଏସି ଅଧକ୍ଷ ଗୋବିନ୍ଦ ପ୍ରଧାନ ପ୍ରମୁଖ ମଂଚାସିନ ଥିଲେ । ଆସନ୍ତା ଜାନୁୟାରୀ ୨୬ ନିମନ୍ତେ ବ୍ୟାପକ ପ୍ରସ୍ତୁତୀ କରାଯାଇଛି ଜାନୁୟାରୀ ୨୫ ତାରିଖରେ ମାରାଥୁନ ରେସ କରାଯିବ ଏବଂ ୨୬ ତାରିଖରେ ଉପଖଣ୍ଡ ସ୍ତରୀୟ ସାଧାରଣତନ୍ତ୍ର ଦିବସ ଖେଳପଡିଆରେ ପାଳନ କରା୍‌ିବ ଏବଂ ସକାଳ ୮ଟା୩୦ମିନଟରେ ପାତାକା ଉତୋଳନ କରାଯିବ ଏଥିରେ ମୁଖ୍ୟ ଅତିଥୀ ଭାବେ ଉପଜିଲା୍ଲପାଳ ଏମ ମଧୁମିତା ପାତାକା ଉତୋଳନ କରିବେ । ଗତଦୁଇବର୍ଷ କୋଭିଡ ପାଇଁ ଏହି ଦିବସ ସାମୁହିକ ଭାବେ ପାଳନ ହୋଇପାରିନଥିଲା । ଚଳିତ ବର୍ଷ ଏହାକୁ ଭଲରୁପେ ପାଳନ କରାଯିବ । ଏହି ଦିବସ ନିମନ୍ତେ ବିିଭିନ୍ନ ପ୍ରତିଯୋଗିତା ମାନ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କରାଯିବ ଏବଂ କୃତି ଛାତ୍ରଚାତ୍ରୀ ମାନଙ୍କୁ ଏହି ଦିବସରେ ପୁରଷ୍କୃତ କରାଯିବ ପାଇଁ ବୈଠକରେ ନଷ୍ପତି ନିଆଯାଇଛି ।ଉକ୍ତ ବୈଠକରେ ଉପଖଣ୍ଡ କାର୍ଯ୍ୟାଳୟର ଅଧିକାରୀ ଓ ସ୍କୁଲର ଶିକ୍ଷକଶିକ୍ଷୟତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ