୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ସ୍ଥାନରେ ୭୪ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। ବ୍ଲକ କାର୍ଯ୍ୟାଳୟ ଠାରେ ଅଧ୍ୟକ୍ଷା ସୁମତି ସେଠି ଓ ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ ମିଳିତ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଏଥିରେ ବିଡ଼ିଓ ଦେବଦତ୍ତ ଦାସ ଓ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିଭଳି ତହସିଲ ଠାରେ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଥିବା ବେଳେ ମେଡିକାଲ ଠାରେ ଡାକ୍ତର କମଳାକାନ୍ତ ସ୍ୱାଇଁ, ଥାନା ପରିସରରେ ଥାନା ଅଧିକାରୀ ଅମିତାଭ ଦାସ, ଶାରଦା ବିଦ୍ୟା ମନ୍ଦିର ଠାରେ ଶରତ ଚନ୍ଦ୍ର ମହାପାତ୍ର, ଦକ୍ଷିଣବାଡ଼ ପଞ୍ଚାୟତ ଠାରେ ସରପଞ୍ଚ ବର୍ଷାରାଣୀ ଜେନା, ରାଜେନ୍ଦ୍ରପୁର ପଞ୍ଚାୟତ ଠାରେ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ମାଝୀ, ବୟାବନାପୁର ଠାରେ ମିନତୀ ସାହୁ, ବିଷ୍ଣୁପୁର ଠାରେ ଅମୂଲ୍ୟ ନାୟକ, ନିର୍ଗୁଣ୍ଡି ଠାରେ ସତ୍ୟବ୍ରତ ପାଲ, ନେରଡ଼ା ଠାରେ ଦେବଦାସୀ ଜେନା, ବନ୍ଦାଳୋ -ମଢ଼ିଆଳି ଠାରେ ତୈଲୋକ୍ୟ ସାହୁ, ବାଲିପୋଖରୀ ଠାରେ ଅକ୍ଷୟ ତ୍ରିପାଠୀ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଅନୁରୂପ ଭାବେ ମଞ୍ଜୁରୀରୋଡ଼ ବଜାର ଠାରେ ସମାଜସେବୀ ବିଶ୍ୱନାଥ ବାରିକ ପତାକା ଉତ୍ତୋଳନ କରିଥିବା ବେଳେ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ