୭୪ ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ
କରଞ୍ଜିଆ, (ଜିତେନ୍ଦ୍ର ରାଜ):ଆଜି ପାଞ୍ଚପିଢ଼ ଉପଖଣ୍ଡସ୍ତରୀୟ ୭୪ ତମ ଉପଖଣ୍ଡସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି।ସକାଳ ୭ ଘଟିକା ସମୟରେ କରଞ୍ଜିଆ ରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପରେ ୮ ଘଟିକା ସମୟରେ କରଞ୍ଜିଆ ସ୍ୱୟଂ ଶାସିତ ମହାବିଦ୍ୟାଳୟ ପଡିଆ ରେ ମୁଖ୍ୟଅତିଥି ତଥା ପାଞ୍ଚପିଢ଼ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରେମାଂଶୁ ଚାନ୍ଦ ଜାତୀୟ ପତାକା ଉତ୍ତଳୋନ ପରେ ନିଜ ଅଭିଭାଷଣ ରଖିଥିଲେ।ପରେ କରଞ୍ଜିଆ ଏନଏସି ର ବିଭିନ୍ନ ସ୍କୁଲ ର ପ୍ରତିଯୋଗୀ ମାନେ ପ୍ୟାରେଡ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିଥିଲେ ସମବେତ ପ୍ୟାରେଡ ରେ ମୁଖ୍ୟଅତିଥି ଅଭିବାଦନ ଗ୍ରହଣ କରିଥିଲେ। ପରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତା ରେ କୃତକାର୍ଯ୍ୟ ହୋଇଥିବା ଛାତ୍ର ଛାତ୍ରୀ ଓ ପ୍ୟାରେଡ ପ୍ରତିଯୋଗିତା ରେ କୃତକାର୍ଯ୍ୟ ଦଳ କୁ ମୁଖ୍ୟଅତିଥି ପୁରସ୍କୃତ କରିଥିଲେ। ଦୀର୍ଘ ୨ ବର୍ଷ କୋଭିଡ କଟକଣା ଯୋଗୁ ପ୍ୟାରେଡ ପ୍ରତିଯୋଗିତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ରହିଥିଲା। ଚଳିତ ବର୍ଷ ପ୍ୟାରେଡ ପ୍ରତିଯୋଗିତା ଆୟୋଜିତ ହୋଇଥିବାରୁ ଛାତ୍ର ଛାତ୍ରୀ ଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଥିଲା।ଏହି କାର୍ଯ୍ୟକ୍ରମ ରେ ଏସଡ଼ିପିଓ ସୁଦର୍ଶନ ଗଙ୍ଗୋଇ, ତହସିଲଦାର ଚାର୍ଲସ ନାୟକ, ବିଡ଼ିଓ ହୃଦାନନ୍ଦ ଆଧା, କରଞ୍ଜିଆ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଗୁଡ୍ରା ହେମ୍ବ୍ରମ, ସବ-ଜେଲର ପିକେ ମହାଳିକ, ଅଗ୍ନିଶମ ଅଧିକାରୀ, କରଞ୍ଜିଆ ଥାନା ଅଧିକାରୀ ସୂଚନ୍ଦ୍ର ମହାଳିକ ପ୍ରମୁଖ ଯୋଗଦେଇଥିଲେ।