୭୫ତମ ସ୍ଵାଧୀନତା ଦିବସ ଅବସରରେ ମୋ ଦେଶ- ମୋ ସ୍ୱାଭିମାନ କାର୍ଯ୍ୟକ୍ରମ
ନିମାପଡ଼ା, (ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡା ସ୍ଥିତ ଶହିଦ ସୃତି ସଂସଦ ଆନୁକୁଲ୍ୟରେ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମୋ ଦେଶ-ମୋ ସ୍ୱାଭିମାନ କାର୍ଯ୍ୟକ୍ରମ ପାଳନ ପାଇଁ ସଂସଦର ଅଧ୍ୟକ୍ଷ ତଥା ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ସଭାପତିତ୍ବରେ ପ୍ରଥମ ପ୍ରସ୍ତୁତି ବୈଠକ ନିମାପଡ଼ା ଡ଼ାକବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ନିମାପଡ଼ା ଓ ଗୋପ ବ୍ଲକର ବିଭିନ୍ନ ସ୍କୁଲ, କଲେଜ, ସାମାଜିକ ଅନୁଷ୍ଠାନ ଓ ବିଭିନ୍ନ ବର୍ଗର ସାଧାରଣ ଲୋକଙ୍କୁ ସାମିଲ କରାଯିବ ବୋଲି ସ୍ଥିର କରାଯାଇଛି। ଆସନ୍ତା ୧୩ ତାରିଖ ରେ ସ୍ବାଧୀନତା ସଂଗ୍ରାମୀ ସୋମନାଥ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ ସହୀଦ ସ୍ମୃତି ସଂସଦ ନିକଟରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କର ଏକ ଶୋଭାଯାତ୍ରା ବାହାରି ନିମାପଡ଼ା ନଗର ପରିକ୍ରମା କରିବ। ନିମାପଡ଼ା ଓ ଗୋପ ବ୍ଲକର ଏ ୧ ଗ୍ରେଡରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସଫଳତାର ସହ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଓ ଆଞ୍ଚଳିକ +୨ ଶିକ୍ଷାନୁଷ୍ଠାନ ଗୁଡିକର ଟପର ଛାତ୍ରଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବ। ଆସନ୍ତା ୯ ତାରିଖ ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବ୍ଲକ ସମ୍ମିଳନୀ କକ୍ଷରେ ଦ୍ଵିତୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ।ଉକ୍ତ ବୈଠକରେ ନିମାପଡ଼ା ଓ ଗୋପ ବ୍ଲକର ସମସ୍ତ ଶିକ୍ଷାନୁଷ୍ଠାନର ପ୍ରତିନିଧି, ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା ଓଦେଶପ୍ରେମୀ ଜନତା ଯୋଗଦେବାକୁ ଶହୀଦ ସ୍ମୃତି ସଂସଦ ର ସଂପାଦକ ଡଃ. ବେଣୁଧର ସେନାପତି ସମସ୍ତ ଙ୍କୁ ଅନୁରୋଧ କରିଛନ୍ତି।


