୭୫ତମ ସ୍ୱାଧୀନତା ଦିବସରେ ସମାଜବାଦୀ ପାର୍ଟି ଅଫିସ୍‌ରେ ପତାକା ଉତ୍ତୋଳନ

ଭୁବନେଶ୍ୱର, (ୱାଇଏନ୍‌ଏସ୍‌): ୭୫ତମ ସ୍ୱାଧୀନତା ଦିବସ ଉପଲକ୍ଷେ ସମାଜବାଦୀ ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ସମସ୍ତ କୋଭିଡ଼ ନିୟମ ମାନି ଜାତୀୟ ପତାକା ଉତ୍ତୋଳନ କରାଯାଇ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ପାର୍ଟିର ରାଜ୍ୟ ସଭାପତି ରବି ବେହେରା ଜାତୀୟ ଉତ୍ତୋଳନ କରିବା ସହିତ ସମବେତ ସାଥୀମାନଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, କରୋନା ମହାମାରୀ ଆଜି ଆମ ସମସ୍ତଙ୍କ ପାଇଁ ଜୀବନ ଜୀବିକାରେ ଏକ ବିରାଟ ସଙ୍କଟ ସୃଷ୍ଟି କରିଛି । ସମସ୍ତଙ୍କୁ ଟୀକା ନେବା ପାଇଁ ଅନୁରୋଧ କରିବା ସହିତ କରୋନା ନିୟମ କଡ଼ାକଡ଼ି ପାଳନ କରିବାକୁ ସେ ନିବେଦନ କରିଥିଲେ । ଏହା ବ୍ୟତୀତ ଓଡ଼ିଶାରେ ସମ୍ଭାବ୍ୟ ମରୁଡ଼ି ପରିସ୍ଥିତିର ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେବାକୁ ଶ୍ରୀ ବେହେରା ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପାର୍ଟିର ରାଜ୍ୟ ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ, ବରିଷ୍ଠ ନେତା ବିଜୟ ବେହେରା, ଜାତୀୟ ଯୁବ ସମ୍ପାଦକ ସୁନିଲ ମିଶ୍ର, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ସୁଶିଲ ହୋତା, ଯୁବନେତା ଦେବାଶିଷ ମହାପାତ୍ର, କୋଷାଧ୍ୟକ୍ଷ ସଞ୍ଜୟ ନାକୟ, ନାରୀନେତ୍ରୀ ରୀତା ପଟ୍ଟନାୟକ, ସୁଧାରାଣୀ ସାହୁ ପ୍ରମୁଖ ଏହି ସମାରୋହରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ