୭୫ ତମ ସ୍ବାଧିନତା ଦିବସ ପାଳିତ ସବୁଠି ଉଡିଲା ତ୍ରିରଙ୍ଗା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ହିଞ୍ଜିଳିକାଟୁ ପୈାରାଞ୍ଚଳ ସମେତ ବ୍ଳକର ବିଭିନ୍ନ ଗ୍ରାମାଞ୍ଚଳରେ କୋଭିଡ କଟକଣା ଅନୁସାରେ ପବିତ୍ର ୭୫ ତମ ସ୍ୱାଧୀନତା ଦିବସ କୋଭିଡ କଟକଣା ମଧ୍ୟରେ ପାଳନ କରାଯାଇଛି । ହିଞ୍ଜିଳିକାଟୁ ପ୍ରେସ କ୍ଳବ ଓ ଗାୟତ୍ରୀ ପରିବାର ମିଳିତ ସହଯୋଗରେ ପ୍ରେସକ୍ଳବ ଭବନ ପରିସରରେ ୭୫ ତମ ସ୍ବାଧିନତା ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଗାୟତ୍ରୀ ପରିବାର ଦକ୍ଷିଣାଞ୍ଚଳ ସଂଯୋଜକ ଡ଼ଃ ବୃନ୍ଦାବନ ମିଶ୍ର ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସ୍ଥାନୀୟ ଅଞ୍ଚଳର ବହୁ ସାମ୍ବାଦିକ ଓ ଗାୟତ୍ରୀ ପରିବାର ସଦସ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ହିଞ୍ଜିଳି ପୌରପରିଷଦରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲିନା କୁମାରୀ ଖେସ ପତାକା ଉତ୍ତଳନ କରିଥିଲେ । ହିଞ୍ଜିଳି ପଞ୍ଚାୟତ ସମିତି ମଧ୍ୟରେ ବ୍ଲକ ଅଧ୍ୟକ୍ଷ ନାଇଡୁ ରଘୁନାଥ ,ସରକାରୀ ବୃନ୍ଦାବନ ଉଚବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ମୁନି, ଥାନା ପରିସରରେ ଥାନା ଅଧିକାରୀ ଅଭିମନ୍ୟୁ ଦାସ ,ଉପଖଣ୍ଡ ଚିକିତ୍ସାଳୟରେ ଡ଼ଃ ପ୍ରତିଭା ପାତ୍ର ତହସିଲ କାର୍ଯ୍ୟାଳୟରେ ତହସିଲଦାର ପ୍ରଭାତ କୁମାର ପରିଡା ,ଜେ.ଏମ.ଏଫ.ସି ନ୍ୟାୟଳୟରେ ବିଚାରପତି ରାଜଶ୍ରୀ ପଟ୍ଟନାୟକ, କେନ୍ଦ୍ରୀୟ ବିଦ୍ୟାଳୟ ରେ ଗୋଷ୍ଠି ଉନ୍ନୟନ ଅଧିକାରୀ ସୁବ୍ରତ କୁମାର ଜେନା,ଆଦର୍ଶ ବିଦ୍ୟାଳୟରେ ବିଦ୍ୟାଳୟର ଅଧ୍ୟକ୍ଷ ଅରୁଣ କୁମାର ପଟେଲ ,ସମନ୍ୱିତ ଶିଶୁ ଓ ମହିଳା ପ୍ରକଳ୍ପ କାର୍ଯ୍ୟାଳୟ ରେ ସି ଡି ପି ଓ ଶୁଭଶ୍ରୀ ପାତ୍ର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟ ରେ ନିର୍ବାହୀଯନ୍ତ୍ରୀ ନରୋତ୍ତମ ପଟ୍ଟନାୟକ, ସରକାରୀ ଏନ୍ ଏ ସି ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟିତ୍ରୀ ମିନତି ପାତ୍ର, ଲକ୍ଷ୍ମୀ ନୃସିଂହ ପ୍ରାଥମିକ ବିଦ୍ୟାଳୟରେ ଗୋଷ୍ଠୀ ଶିକ୍ଷାଧିକାରୀ ଏସ ଗିରିଧର, ସ୍ଥାନୀୟ ପୈାରାଞ୍ଚଳ ତ୍ରିରଙ୍ଗା ସେବା ସଂଘ ପକ୍ଷରୁ ଏକ ମୋଟରସାଇକେଲ ଶୋଭାଯାତ୍ରାରେ ନଗର ପରିକ୍ରମା କରି ବୃନ୍ଦାବନ ବିଦ୍ୟାପିଠ ମିନି ଷ୍ଟାଡିୟମ ପରିସରରେ ଶିକ୍ଷାବିତ ଲକ୍ଷ୍ମୀ ନାରାୟଣ ପଟ୍ଟନାୟକ ଓ ବିମ୍ବାଧର ସାହୁ, କଳିଙ୍ଗ ବୈଷ୍ଣବ ସଂଘ କାର୍ଯ୍ୟାଳୟରେ ସଂଘ ସଭାପତି କେ ବାଲେଶ୍ଵର ପୃଷ୍ଟି, ସ୍ଥାନୀୟ ବ୍ଳକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ ମାନେ ପତାକା ଉତ୍ତୋଳନ କରିଥିଲେ । ଅନୁରୁପ ଭାବେ ସ୍ଥାନୀୟ ପୈାରାଞ୍ଚଳ ଓ ବ୍ଳକର ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ, ଶିକ୍ଷାନୁଷ୍ଠାନ ସମେତ ବିଭିନ୍ନ ଅନୁଷ୍ଠାନରେ ସ୍ବାଧୀନତା ଦିବସ ପାଳନ ହୋଇଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ