୭୫ ବର୍ଷ ପରେ ମିଳିଲେ ପ୍ରେମିକ

ଏହି କାହାଣୀ ୧୯୪୪ ମସିହାର । ସେତେବେଳେ ଦ୍ୱିତୀୟ ବିଶ୍ୱଯୁଦ୍ଧ ଚାଲିଥିଲା । ୧୮ ବର୍ଷୀୟ ଜେନିନ ପିଆରସନଙ୍କୁ ଭେଟିଥିଲେ ୨୪ ବର୍ଷୀୟ କେଟି ରବୀନ୍ସ । ପ୍ରଥମ ଦେଖାରେ ମିଶିଯାଇଥିଲା ମନ । ପ୍ରେମିକଙ୍କ ଘର ଆମେରିକା ହୋଇଥିବାବେଳେ ପ୍ରେମିକାଙ୍କ ଘର ଥିଲା ଫ୍ରାନ୍ସରେ । ରବୀନ୍ସ ଆମେରିକା ସେନାରେ ଥିବାବେଳେ ଯୁଦ୍ଧ ପାଇଁ ଫ୍ରାନ୍ସ ଆସିଥିଲେ । ପରେ ଯେତେବେଳେ ଯୁଦ୍ଧ ସରିଯାଇଥିଲା ସେତେବେଳେ ନିଜ ଦେଶକୁ ଫେରିବାକୁ ପଡିଥିଲା ।ନିଜ ପ୍ରେମିକ ଚାଲିଯିବା ପରେ ବହୁତ କାନ୍ଦିଥିଲେ ଜେନିନ । କାଳେ କେବେ ରବୀନ୍ସ ଫେରିଆସିବେ ସେଥିପାଇଁ ଫରାସୀ ଭାଷା କହୁଥିବା କେଟି ଇଂରାଜୀ ଭାଷା ବି ଶିଖିଥିଲେ । ଭାବିଥିଲେ ପ୍ରେମିକ ଆସିଲେ ତାଙ୍କ ଭାଷାରେ ତାଙ୍କୁ ହୃଦୟର କଥା କହି ଚକିତ କରିଦେବେ । କିନ୍ତୁ ଯୁଦ୍ଧ ସରିବା ପରେ ଫ୍ରାନ୍ସରେ ରହିବାକୁ ଅନୁମତି ନଥିବାରୁ ବାଧ୍ୟ ହାଇ ରବୀନ୍ସ ବି ଆସିପାରିନଥିଲେ ।ରବୀନ୍ସ ଭୁଲିପାରିନଥିଲେ ତାଙ୍କ ଗହମଗୋରି ପ୍ରେମିକା ଜେନିନଙ୍କୁ । ନିଜ ପ୍ରେମିକାର ଶେଷ ଫଟୋକୁ ଦେଖି ମନକୁ ବୁଝେଇଦେଉଥିଲେ । ଏବେ ରବୀନ୍ସଙ୍କୁ ୯୭ ବର୍ଷ ହୋଇଥିବାବେଳେ ଜେନିନଙ୍କୁ ୯୨ ବର୍ଷ । ହଠାତ ଢେର ମନେପଡିଲେ ଜେନିନ । କେମିତି ଅଛନ୍ତି ୭୫ ବର୍ଷ ତଳର ପ୍ରେମିକା । ଫ୍ରାନ୍ସ ଆସିଲେ ଆଉ ଭେଟିବାକୁ ଗଲେ । ନିଜ ପ୍ରେମିକାଙ୍କୁ ଏତେ ବର୍ଷ ପରେ ଦେଖି ଖୁସିରେ ଭାବୁକ ହୋଇପଡିଥିଲେ ଜେନିନ । ପରସ୍ପରକୁ ଜଣାଇଥିଲେ ୭୫ ବର୍ଷର ହୃଦୟର ଅନେକ ଅକୁହା କଥା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ