୭୬ତମ ଭଞ୍ଜ ସଂଗୀତ ଆସର ତଥା ୨୦୨୩ ର ଉଦ୍‌ଯାପନୀ ଉତ୍ସବ

ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ବଡକୋଦଣ୍ଡସ୍ଥିତ ଗୋପୀନାଥ ମନ୍ଦିର ପ୍ରାଙ୍ଗଣରେ ସଂସ୍କୃତି ବିକାଶ ସାଂସଦର ଆୟୋଜନରେ ଆନନ୍ଦ ସଂଗୀତ୍ୟାନ ଦ୍ୱାରା ୭୬ତମ ଭଞ୍ଜ ସଂଗୀତ ଆସର ସନ୍ଧ୍ୟାକୁ ବିଶ୍ୱଜିତ ପୃଷ୍ଟି ଏବଂ ଆଚାର ସୀମାଂଚଳ ଦାସଙ୍କ ଦ୍ୱାରା ଉଦଘାଟନ କରାଯାଇଥିଲା । ଅନୁଷ୍ଠାନର ସଭାପତି କବି ପ୍ରଶାନ୍ତ ମହାନ୍ତି ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ କହିଥବଲେ । ଅନୁଷ୍ଠାନର ସମ୍ପାଦକ ଅଶୋକ ମହାପାତ୍ର ସ୍ୱାଗତ ଭାଷଣ ପ୍ରଦାନ କରିବା ସହିତ ଆଜିର କାର୍ଯ୍ୟକ୍ରମ ସମ୍ପର୍କରେ ବର୍ଣ୍ଣନା କରିଥିଲେ । ପ୍ରଥମେ ଆନନ୍ଦ ସଂଗୀତ୍ୟ।।ନର କଳାକାର ମାନେ ଭଞ୍ଜ ସଂଗୀତ ପରିବେଷଣ କରିଥିଲେ । ପରେ ପରେ ଘୁମୁସର ଅଂଚଳର ୧୨ ଗୋଟି ଦୁଆରୀ ନାଟର କଳାକାର ମାନେ ଭଞ୍ଜ ସଂଗୀତରେ ନୃତ୍ୟ ପରିବେଷଣ କରିଥିଲେ । ଯଥା କଣ୍ଟାଡ଼ୋରର ଶ୍ରୀ ନୀଳକଣ୍ଠେଶ୍ୱର ନାଟ୍ୟ ସଂଘ, ଅଗଝୋଳର ଶ୍ରୀ ରତ୍ନେଶ୍ୱର ନାଟ୍ୟସଂଘ, ମରେଇପଲ୍ଲୀର ମାଁ ବ୍ରାହ୍ମଣି ଦେବି ନାଟ୍ୟ ସଂଘ, ଅମୃତୁଲିର ମାଁ ଝାଡ଼େଶ୍ୱରୀ ନାଟ୍ୟ ସଂଘ, ଖୋଳଖାଳିର ମାଁ ବାଙ୍କେଶ୍ୱରୀ ନାଟ୍ୟ ସଂଘ, ରାଣିଭୂମିର ମାଁ ପାଟଖଣ୍ଡା ନାଟ୍ୟ ସଂଘ, ମଳାସରପଦରର ମାଁ ଠାକୁରାଣୀ ନାଟ୍ୟ ସଂଘ, ତେନ୍ତୁଳିଖୁଣ୍ଟିର ମାଁ ଗ୍ରାମ ଦେବତୀ ନାଟ୍ୟ ସଂଘ, ବଡ଼ପଡ଼ାର ଶ୍ରୀ ଚନ୍ଦ୍ରଶେଖର ନାଟ୍ୟ ସଂଘ, ରତ୍ନପୁରର ମା’ ଗ୍ରାମଦେବତୀ ନାଟ୍ୟ ସଂଘ, ସାମରଡ଼ାର ମା’ ବ୍ରାହ୍ମଣି ଦେବୀ ନାଟ୍ୟ ସଂଘ, ଗୁରାବାଡ଼ିର ମା’ ବାପାଙ୍ଗି ନାଟ୍ୟସଂଘ ଉପସ୍ଥିତ ଥିଲେ । ସମସ୍ତ ଭାରତ ଲୀଳା କଳାକାର ମାନଂକୁ ଟ୍ରଫି ସହିତ ପ୍ରମାଣ ପତ୍ର ପ୍ରଦାନ କରି ସମ୍ବର୍ଦ୍ଧିତ କଯାଇଥିଲା । ଏହି ସନ୍ଧ୍ୟାରେ ସଂଗୀତଜ୍ଞ ସୀମାଚଳ ଦାସଙ୍କୁ ‘ସଂଗୀତ ମର୍ତଣ୍ଡ’ ଉପାଧି ରେ ଭୂଷିତ କରାଯାଇଥିଲା । ଶ୍ରେଷ୍ଠ ଉପସ୍ଥାପକ ଭାବେ ଛାୟାକାନ୍ତ ମହାପାତ୍ର ଏବଂ ଶ୍ରେଷ୍ଠ ଉପସ୍ଥାପିକ ଭାବେ ଶ୍ରୀମତୀ ପ୍ରଭାତୀ ମଞ୍ଜରୀ ବେହେରାଙ୍କୁ ସମ୍ମାନିତ କରାଯାଇଥିଲା । ଲୋକ ସଂଗୀତ ଶିଳ୍ପୀ ଶ୍ରୀ କୁନା କରଙ୍କୁ ସମ୍ମାନିତ କରାଯାଇଥିଲା । ବଡ଼କୋଦଣ୍ଡ ରଘୁନାଥ ମନ୍ଦିର ପ୍ରଶାସନ ଏବଂ ଗୋପୀନାଥ ମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବା ସହିତ ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଏବଂ ଏଚ୍‌.ଡ଼ି.ଏଫ୍‌.ସି ମଧ୍ୟ ସହଯୋଗର ହାତ ବଢ଼ାଇ ଏହି ସଂଗୀତ ସନ୍ଧ୍ୟାକୁ ସଫଳ କରିଥିଲେ । ଶେଷରେ ଅନୁଷ୍ଠାନର ସହ ସମ୍ପାଦକ ଚିନ୍ମୟ କୁମାର ବେବର୍ତ୍ତା ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ