୭୬ତମ ରାଜ୍ୟସ୍ତରୀୟ ପୋଲିସ ଭଲିବଲ ଓ ବାସ୍କେଟବଲ ଚମ୍ପିଅନସିପ୍

କେନ୍ଦ୍ରାପଡା,(ଯୁଗାଦ୍ଦ ନ୍ୟୁଜ) – କେନ୍ଦ୍ରାପଡାରେ ୭୬ତମ ରାଜ୍ୟ ସ୍ତରିୟ ପୋଲିସ ଭଲିବଲ ଓ ବାସ୍କେଟବଲ ଚମ୍ପିୟନସିପ – ୨୦୧୯ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପଲକ୍ଷେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ଆରକ୍ଷୀ ଅଧିକ୍ଷକ ନୀତି ଶେଖରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଆସନ୍ତାକାଲି ଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ଏହି ରାଜ୍ୟ ସ୍ତରିୟ ପୋଲିସ ଭଲିବଲ ଓ ବାସ୍କେଟବଲ ପ୍ରତିଯୋଗିତାରେ ରାଜ୍ୟର ୧୬ଟି ପୋଲିସ ଜିଲ୍ଲାର ଭଲିବଲ ଏବଂ ବାସ୍କେଟବଲ ଖେଳାଳିଙ୍କ ସମେତ ଓଡିଶା ଅଗ୍ନିଶମ ସେବା,ରେଳବାଇ ପୋଲିସ ଓ ଓଡିଶା ରାଜ୍ୟ ଆର୍ମଡ ପୋଲିସର ୧୯ଟି ବାଟାଲିଅନରୁ ଖେଳାଳିମାନେ ୩୭ଟି ଦଳରେ ବିଭକ୍ତ ହୋଇ ଅଂଶ ଗ୍ରହଣ କରିବେ । ଭଲିବଲ ପ୍ରତିଯୋଗିତା କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ବେଳେ ବାସ୍କେଟବଲ ପ୍ରତିଯୋଗୀତା ସେଂଟ ଯୋଶେଫ ସ୍କୁଲ ଖେଳ ପଡିଆରେ ପ୍ରତ୍ୟେହ ସକାଳ ୬ଟା ରୁ ପୂର୍ବାହ୍ନ ୧୦ଟା ଏବଂ ଅପରାହ୍ନ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି । ଶୁକ୍ରବାର ପୂର୍ବାହ୍ନ ୭ଟା ସମୟରେ କେନ୍ଦ୍ରାପଡା ହାଇସ୍କୁଲ ଖେଳ ପଡିଆରେ ଅନୁଷ୍ଠିତ ହେବାକୁ ଥିବା ଏହି ଚମ୍ପିୟନସିପ ଉଦଘାଟନି ମ୍ୟାଚକୁ କେନ୍ଦ୍ରାଞ୍ଚଳ ଆଇ.ଜି. ସୈାମେନ୍ଦ୍ର ପ୍ରିୟଦର୍ଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିବେ । ଆରକ୍ଷୀ ଅଧିକ୍ଷକ ଶ୍ରୀ ଶେଖର ସମ୍ମାନୀତ ଅତିଥି ଭାବରେ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଅରୁଣ କୁମାର ଜେନା,କେନ୍ଦ୍ରାପଡା ଉପଖଣ୍ଡ ପୋଲିସ ଅଧିକାରୀ ରାଜୀବ ଲୋଚନ ପଣ୍ଡା,ଡିଏସପି କାର୍ତ୍ତିକ ମଲ୍ଲିକ ପ୍ରମୁଖ ଏହି ଉତ୍ସବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଚଳିତମାସ ୧୨ତାରିଖ ଅପରାହ୍ନ ୩ଟାରେ ଅନୁଷ୍ଠିତ ହେବାକୁ ଥିବା ଉଦଯାପନୀ ଉତ୍ସବରେ ରାଜ୍ୟ ଅପରାଧ ନିୟନ୍ତ୍ରଣ ଶାଖାର ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ ସନ୍ତୋଷ କୁମାର ଉପାଧ୍ୟାୟ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହି ପ୍ରତିଯୋଗୀତାକୁ ରାଜ୍ୟ ପୋଲିସର କ୍ରୀଡା ଅଧିକାରୀ ବିଭୂତି ଭୂଷଣ ପରିଡା ପରିଚାଳନା କରିବେ ଏବଂ ରିଜର୍ଭ ଇନିସପେକ୍ଟର ହେମନ୍ତ କୁମାର ଦାସ ଓ ସହକାରୀ ଦୂର୍ଗପତୀ ଗୃହରକ୍ଷୀ ବାହିନୀ ସୁରେନ୍ଦ୍ର ନାଥ ନାୟକ ପ୍ରମୁଖ ସହ ଯୋଗ କରିବେ ବୋଲି ରାଜ୍ୟ ପୋଲିସ କ୍ରୀଡା ଅଧିକାରୀ ଶ୍ରୀ ପରିଡା ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ