୭୬୪ କୋଟି ଟଙ୍କା ପେନସନଭୋଗୀଙ୍କୁ ପ୍ରଦାନ କଲା ଇପିଏଫଓ
ନୂଆଦିଲ୍ଲୀ : ଦେଶରେ ଇପିଏଫଓ ଅଧୀନରେ ମୋଟ ୬୫ ଲକ୍ଷ ପେନସନଭୋଗୀ ରହିଛନ୍ତି । କୋଭିଡ-୧୯ ଲକଡାଉନ କାଳରେ ପେନସନଭୋଗୀଙ୍କୁ ଯେପରି କୌଣସି ଅସୁବିଧା ନହୁଏ ସେଥିଲାଗି ଏପ୍ରିଲ ମାସରେ ଇପିଏଫଓର ସମସ୍ତ ୧୩୫ଟି କ୍ଷେତ୍ରୀୟ କାର୍ୟ୍ୟାଳୟ ଅଗ୍ରୀମ ପେନସନ ପ୍ରଦାନ କରିଛି । ଇପିଏଫଓର ଅଧିକାରୀ ଓ କର୍ମଚାରୀମାନେ ଅକ୍ଲାନ୍ତ ପରିଶ୍ରମ କରି ପେନସନ ପ୍ରଦାନ କରୁଥିବା ଦେଶର ସମସ୍ତ ନୋଡାଲ ବ୍ୟାଙ୍କ ଜରିଆରେ ୭୬୪ କୋଟି ଟଙ୍କା ପ୍ରଦାନ କରିଛନ୍ତି । ପେନସନଭୋଗୀଙ୍କ ବ୍ୟାକ ଖାତାକୁ ସଠିକ ସମୟରେ ପେନସନ ରାଶି ପ୍ରଦାନ କରିବା ପାଇଁ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କୋଭିଡ-୧୯ ମହାମାରୀ ସମୟରେ ପେନସନଭୋଗୀଙ୍କ ସୁବିଧାକୁ ଅଗ୍ରାଧିକାର ଦେଇ ଇପିଏଫଓ ତାହାର ନିରନ୍ତର ସେବା ଜାରି ରଖିଛି ।


