୭୬ ତମ ଗଣତନ୍ତ୍ର ଦିବସ ପାଳିତ
ନିମାପଡ଼ା,( ସନ୍ତୋଷ ଦାଶ) ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ପଞ୍ଚାୟତ ବିଜେଡ଼ି ପକ୍ଷରୁ ତୁଳସୀପୁର ଗଣେଶ ବଜାର ସ୍ଥିତ ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ୭୬ ତମ ଗଣତନ୍ତ୍ର ଦିବସ ପାଳିତ ପାଳିତ ହୋଇ ଥିଲା। ବୟୋଜ୍ୟେଷ୍ଠ କର୍ମୀ ନିରଞ୍ଜନ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ପଞ୍ଚାୟତ ବିଜେଡ଼ି ସଭାପତି ଅନିରୁଦ୍ଧ ତ୍ରିପାଠୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ କୁମାର ନାୟକ, ସନ୍ତୋଷ ଦାଶ, ପଦ୍ମଲାଭ ବାରିକ, ରମେଶ ଗୋଛାୟତ, ନୃସିଂହ ଓଝା, ହିମାଂଶୁ ଦାଶ,ଲିୟାକତ ଖାଁ, ଇସୁ ଖାଁ, ବୁଦ୍ଧ ଖାଁ, ପ୍ରମୋଦ ଦାସ, ଗଜାନନ ତ୍ରିପାଠୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ, ବୈକୁଣ୍ଠ ପୃଷ୍ଟି, ବୈକୁଣ୍ଠ ସାହୁ, ନରେନ୍ଦ୍ର ସାହୁ, ବାବନ ସାହୁ, ଗଣେଶ ଚନ୍ଦ୍ର ଦେବ ଗୋସ୍ୱାମୀ,ଗୋବିନ୍ଦ ଚନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇ ଜାତୀୟ ସଙ୍ଗୀତ ଗାନ କରିବା ସହିତ ସ୍ଵାଧିନତା ସଂଗ୍ରାମୀ ମାନଙ୍କ ସ୍ମୃତି ଚାରଣ କରିଥିଲେ । ସମସ୍ତ ସ୍ଵାଧିନତା ସଂଗ୍ରାମୀ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ୧ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା।