୭୭ ତମ ସ୍ବାଧୀନତା ଦିବସ ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ର ଅଗ୍ରଣୀ ସ୍ବେଛାସେବୀ ସଂଗଠନ ୟୁଥମାସ ସେବା ସଂଘ ପକ୍ଷରୁ ୭୭ ତମ ସ୍ବାଧୀନତା ଦିବସ ମହା ଆଡମ୍ବର ସହକାରେ ପାଳନ ହୋଇଯାଇଛି l ଏହି ଅବସରରେ ସ୍ଥାନୀୟ ଚଣ୍ଡୀଛକ ଠାରେ ମଙ୍ଗଳବାର ସନ୍ଧ୍ୟାରେ ସଂଘର ଅଧ୍ୟକ୍ଷ ଡ଼ଃ ବନମାଳୀ ନେପାକଙ୍କ ପୌରହିତରେ ଏକ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ସହିତ ଛତ୍ରପୁର ଆଖପାଖ ଅଞ୍ଚଳର ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିବିଶେଷ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଆୟୋଜିତ କାର୍ଯ୍ୟକ୍ରମ ରେ ଆସିକା ସାଂସଦ ପ୍ରମିଳା ବିଷୋୟୀ, ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ତଥା ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା, ଆସିକା ସାଂସଦ ଙ୍କ ପରାମର୍ଶ ଦାତା ନୀଳମଣି ପଟ୍ଟନାୟକ, ରୋଟାରି ଗଭର୍ନର ଜୟଶ୍ରୀ ମହାନ୍ତି, ଛତ୍ରପୁର ଏନଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ଶଙ୍କର ଚକ୍ଷୁ ଚିକିତ୍ସାଲୟ ର ଉପଦେଷ୍ଟା ବି. ଶ୍ରୀନିବାସ, ୟୁଥମାସ ସେବା ସଂଘ ର ଉପଦେଷ୍ଟା ରାଜେଶ କୁମାର ସାହୁ, ଉପ ସଭାପତି କେ. ରମେଶ, ସମ୍ପାଦକ ସୟଦ ମୁକ୍ତାର, ସହ- ସମ୍ପାଦକ ତ୍ରିଲୋଚନ ବେହେରା, ବିଜେଡି ନେତା ଦୁର୍ଗା ପଣ୍ଡା ପ୍ରମୁଖ ଯୋଗ ଦେଇ ସ୍ୱାଧୀନତା ସଂଗ୍ରାମୀ ମାନଙ୍କ ବଳିଦାନ ସମ୍ପର୍କରେ କହିବା ସହିତ ଅନୁଷ୍ଠାନ ପକ୍ଷରୁ କରାଯାଉଥିବା ବିଭିନ୍ନ ଜନ ହିତକର କାର୍ଯ୍ୟକୁ ପ୍ରଶଂସା କରିଥିଲେ l ପରେ ନୃତ୍ୟ କଳାକାର, ଶିକ୍ଷାବିତ, ଦଶମ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା l ଶେଷରେ ଛତ୍ରପୁର ର ବିଭିନ୍ନ ନୃତ୍ୟ ଅନୁଷ୍ଠାନର କଳା କାର ମାନଙ୍କ ଦ୍ୱାରା ରଙ୍ଗା ରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା l ସଂଘର ସମ୍ପାଦକ ସୟଦ ମୁକ୍ତାର ଧନ୍ୟବାଦ ଅର୍ପଣ କରିଥିବା ବେଳେ ପ୍ରାରମ୍ଭରେ ରୋଟାରିଆନ ଏସ. ରେଖା ମହାନ୍ତି ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ