୭୭ ତମ ସ୍ବାଧୀନତା ଦିବସ ଅଵସର ରେ ଜିଲ୍ଲା ପ୍ରଶାସନ ଓ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ବନ୍ଧୁତାପୂର୍ଣ୍ଣ କ୍ରିକେଟ ମ୍ୟାଚ
ଛତ୍ରପୁର, (ଦେବଦତ୍ତ ମହାରଣା):୭୭ ତମ ସ୍ବାଧୀନତା ଦିବସ ପାଳନ ଅଵସର ରେ ସ୍ଥାନୀୟ ଷ୍ଟାଡିୟମ ଠାରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଛତ୍ରପୁର ପ୍ରେସ କ୍ଲବ ମଧ୍ୟରେ ଏକ ଦିନିକିଆ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ୧୨ ଓଭର କୁ ନେଇ ଦୁଇ ଦଳ ମଧ୍ୟରେ ଖେଳ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ବିଜୟ ହାସଲ କରିଛି । ଏହି ମ୍ୟାଚ ରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଗଞ୍ଜାମ ଜିଲ୍ଲାପରିଷଦ ର ମୁଖ୍ୟ ଉନ୍ନୟନ ଅଧିକାରୀ ଭି. କିର୍ତ୍ତୀ ହାସନ ୱ, ପ୍ରବେଶନାରୀ ଆଇଏଏସ ଅଫିସର ସମୀର କୁମାର ଜେନା , ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଦେବ ବ୍ରତ ସାହୁ, ଡୁଡା ପିଡି ନୀଳ ମାଧବ ଭୋଇ, ଛତ୍ରପୁର ଉପଜିଲ୍ଲାପାଳ ପ୍ରସନ୍ନ କୁମାର ପାତ୍ର, ଛତ୍ରପୁର ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଛତ୍ରପୁର ବିଡ଼ିଓ ସୁଶାନ୍ତ କୁମାର ବରାଳ, ଗଞ୍ଜାମ ଆରଟିଓ ମାନସ ରଞ୍ଜନ ସାହୁ, ଗଞ୍ଜାମ ତହସିଲଦାର ଅରୁଣ କୁମାର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ଙ୍କ ସମେତ ବହୁ ଅଧିକାରୀ ମାନେଖେଳିଥିଲେ,ସେହିପରି ଛତ୍ରପୁର ପ୍ରେସକ୍ଲବ ପକ୍ଷରୁ ସାମ୍ବାଦିକ ଭାଇ ଖେଳିଥିଲେ,ଗଞ୍ଜାମ ଜିଲ୍ଲା ପ୍ରଶାସନ ଦଳ ପକ୍ଷରୁ ଡୁଡା ପିଡି ନୀଳମାଧବ ଭୋଇ ଅଧିନାୟକ ଦାୟିତ୍ୱ ତୁଲାଇଥିବା ବେଳେ ଛତ୍ରପୁର ପ୍ରେସ କ୍ଲବ ପକ୍ଷରୁ ଉପଦେଷ୍ଟା ବସନ୍ତ କୁମାର ମହାରଣା ଅଧିନାୟକ ଏବଂ କାର୍ଯ୍ୟକାରୀ ସଦସ୍ୟ ସନ୍ତୋଷ ମିଶ୍ର ଉପଅଧିନାୟକ ଭାବେ ଦାୟିତ୍ୱ ତୁଲାଇଥିଲେ । ଭାଷ୍ୟକାର ଭାବେ ଆଇନଜୀବୀ ପ୍ରଶାନ୍ତ କୁମାର ଶତପଥି ଓ ପ୍ରେସ କ୍ଳବର ଉପସଭାପତି ସୁଧୀର ନାହାକ ଦାୟିତ୍ୱ ତୁଲାଇଥିଲେ


