୭ ଆତଙ୍କୀ ଲଞ୍ଚ ପ୍ୟାଡ୍ ସକ୍ରିୟ କଲା ପାକ୍

ନୂଆଦିଲ୍ଲୀ: ଆତଙ୍କବାଦର ଭୂଃସ୍ୱର୍ଗ କୁହାଯାଉଥିବା ପାକିସ୍ତାନ ଭାରତରେ ଅଶାନ୍ତି ସୃଷ୍ଟି କରିବା ପାଇଁ ପ୍ରତି ମୁହୂର୍ତ୍ତରେ ଉଦ୍ୟମ କରିଆସୁଛି । ସଦ୍ୟ ମିଳିଥିବା ସୂଚନା ଅନୁଯାୟୀ ଏଲ୍ଓସି ନିକଟରେ ଥିବା ୭ଟି ଆତଙ୍କବାଦୀ ଲଞ୍ଚପ୍ୟାଡ୍ ସକ୍ରିୟ କରିଛି ପାକିସ୍ତାନ । ୨୭୫ ଜଣ ଆତଙ୍କବାଦୀଙ୍କୁ ଏହି ଲଞ୍ଚପ୍ୟାଡ୍ ଜରିଆରେ ପାକିସ୍ତାନ ସୀମାପାର କରାଇବାକୁ ଉଦ୍ୟମ କରୁଥିବା ଜଣାପଡ଼ିଛି । ଏହି ଆତଙ୍କବାଦୀଙ୍କ ମଧ୍ୟରେ ଆଫ୍ଗାନ୍ ଏବଂ ପାସ୍ତୁନ୍ ମଧ୍ୟ ଅଛନ୍ତି । ସବୁଠାରୁ ବଡ଼ କଥା ହେଉଛି, ଆସନ୍ତା ମାସରେ ହିଁ ଫାଇନାନ୍ସିଆଲ ଆକ୍ସନ୍ ଟାସ୍କ ଫୋର୍ସ ପାକିସ୍ତାନ ବିରୋଧରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ଅଛି । ଏହି ସମୟରେ ପାକିସ୍ତାନର ଏଭଳି ଷଡ଼ଯନ୍ତ୍ରକୁ ଅନ୍ତର୍ଜାତୀୟ ରାଷ୍ଟ୍ର ସମୂହଙ୍କ ସାମ୍ନାକୁ ଆଣିବାକୁ ଭାରତ ଜାରଦାର ପ୍ରୟାସ କରୁଛି । ତେବେ ଏହି ଆତଙ୍କବାଦୀ ବା ଜିହାଦୀଙ୍କ ମଧ୍ୟରେ ଆଫଗାନ୍ ଏବଂ ପାସ୍ତୁନ୍ ନାଗରିକ ଥିବା ଆଶ୍ଚର୍ଯ୍ୟଜନକ ମନେ ହେଉଛି । କାରଣ ସାଧାରଣତଃ କେବଳ ପାକିସ୍ତାନୀ ହିଁ ଏହି ଗୋଷ୍ଠୀରେ ଥା’ନ୍ତି ବାଲି ଏକ ଧାରଣା ରହିଥିଲା । ପ୍ରାୟ ନବେ ଦଶକ ପରଠାରୁ ପାକିସ୍ତାନ ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ସୀମାପାର ଆତଙ୍କବାଦ ଜାରି କରିଥିଲା । ବିଶେଷ କରି କଶ୍ମୀରରେ ଆତଙ୍କ ସୃଷ୍ଟି କରି ଏହାକୁ ବିଦ୍ରୋହର ରୂପ ଦେବା ଆରମ୍ଭ କରିଥିଲା । ଏହାପରେ ଭାରତୀୟ ସୁରକ୍ଷା କର୍ମୀଙ୍କ ଘନ ଘନ ଆକ୍ରମଣରେ ପାକିସ୍ତାନ ପିଓକେ ଏବଂ ପଞ୍ଜାବରୁ ଆତଙ୍କବାଦୀ ପଠାଇବା ଆରମ୍ଭ କରିଥିଲା । ଏମାନଙ୍କୁ ଧର୍ମ ଆଧାରରେ ଭାରତ ବିରୋଧରେ ଉସକାଇବା ପାକିସ୍ତାନର ମୁଖ୍ୟ ଲକ୍ଷ୍ୟ ରହିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ