୭ ଜଣଙ୍କୁ ଗିରଫ କଲା କୋଦଳା ପୋଲିସ ;ଖଣ୍ଡା କାତି ସହ ୨ ବାଇକ ଜବତ
କୋଦଳା, (ଗୁଲସନ କୁମାର କର):କୋଦଳା ନିକଟସ୍ଥ ବାଘୁଆ ମନ୍ଦିର ନିକଟରେ ଡକାୟତ ଯୋଜନା କରୁଥିବା ବେଳେ କୋଦଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯୋଜନାକୁ ପଣ୍ଡ କରିବା ସହ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କୁ କୋର୍ଟ ଚାଲାଣ କରିଛି।ତାଙ୍କ ଠାରୁ ମାରଣାସ୍ତ୍ର, ମୋବାଇଲ ଓ ୨ ଟି ଗାଡିକୁ ମଧ୍ୟ ଜବତ କରିଛି। ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ଲଛିପୁର ଗ୍ରାମର ପ୍ରବୀର ଓରଫ ଟିକି ପଲାଇ, କୋଦଳା ନିକଟସ୍ଥ ପଣ୍ଡା ସାହି ର ବାଦଲ ଲେଙ୍କା, ଦୀପକ ମୁନି, ପବିତ୍ର ପାତ୍ର, କୋଦଳା ଦିଗପଡା ରାସ୍ତା ସାହିର ମୁନା ନାହାକ, ବେଗୁନିଆପଡା ହନୁମାନ ବାଟିକା ସାହିର ଅଜୟ ସେଠୀ ଓ ଖଲ୍ଲିକୋଟ ଥାନା ଅନ୍ତର୍ଗତ ତୁଳସୀପୁର ଗ୍ରାମର ସୁଜିତ ପାହାନ। ପୋଲିସ ସୂଚନା ଅନୁଯାୟୀ ଏମାନେ ଗତକାଲି ବିଳମ୍ବିତ ରାତିରେ ଡକାୟତ ଯୋଜନା କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ କୋଦଳା ଥାନା ଅଧିକାରୀ ଉମାକାନ୍ତ ସାହୁ ଙ୍କ ନିର୍ଦେଶ କ୍ରମେ କୋଦଳା ଥାନା ଏସ ଆଇ ଆରତୀ ପରିଡା, ଏ ଏସ ଆଇ ଏ ବୀର ,ବି କେ ବେହେରା, ବି ଏମ ରେଡି,ଙ୍କ ସମେତ ପୋଲିସ ଟିମ ସେଠାରେ ପହଞ୍ଚି ସମସ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଖଣ୍ଡା କାତି, ମୋବାଇଲ ଓ ୨ ଟି ମୋଟର ସାଇକେଲକୁ ଜବତ କରି ଆଜି କୋଦଳା ଥାନା ପକ୍ଷରୁ ମାମଲା ରୁଜ୍ଜୁ କରି କୋର୍ଟ ଚାଲାଣ କରାଯାଇଛି। ଏମାନେ ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ନେଇ ପୋଲିସ ସୂଚନା ଦେଇଛି।


