୭ ଜୁଆଡି ଗିରଫ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ପାର୍ବଣ ଋତୁ ଆରମ୍ଭ ହେବାକୁ କିଛି ଦିନ ବାକି ଥିଲା ବେଳେ ଗଞ୍ଜାମ ଜିଲ୍ଲାର ପାରମ୍ପରିକ ଜୁଆ ଖେଳ ଏବେ ଠାରୁ ଜୋରସୋର ରେ ଆରମ୍ଭ ହେବାର ପୂର୍ବାଭାସ ଦେଖିବାକୁ ମିଳିଛି। ଏହି ପାରମ୍ପରିକ ଖେଳ ନାଁ ରେ ଏହି ବେଆଇନ ଜୁଆ ଖେଳ ଜୁଆଡିଙ୍କୁ ସର୍ବସ୍ୱାନ୍ତ କରୁଥିବା ବେଳେ ଧନ ଜୀବନ ପ୍ରଭାବିତ ହେଉଥିବା ନଜିର ରହିଛି। ତଥାପି ଜୁଆଡିଙ୍କ ଲାଗି ଧନ ରୋଜଗାରର ଏକ ପ୍ରମୁଖ ମାଧ୍ୟମ ପାଲଟି ଥିବା ଜୁଆଖେଳ ଏବେ କିଛି ପେଷାଦାର ଜୁଆଡିଙ୍କୁ ଦିନରାତି ଖେଳ ନିଶା ଘାରିଛି। ନିକାଞ୍ଚନ ସ୍ଥାନ ଏବେ ଜୁଆଡିଙ୍କ ପାଇଁ ସୁରକ୍ଷିତ ସ୍ଥାନ ପାଲଟି ଥିବା ବେଳେ ରୀତିମତ ଭାବେ ବହୁ ଜୁଆ ଆଡ୍ଡା ହିଞ୍ଜିଳି ଥାନା ଇଲାକାରେ ଏବେ ମୁଣ୍ଡ ଟେକିବା ଆରମ୍ଭ ହୋଇଛି। ରବିବାର ସନ୍ଧ୍ୟାରେ ହିଞ୍ଜିଳି ଥାନା ଶିକିରି ଗ୍ରାମ ସ୍ମଶାନ ନିକଟରେ ଥିବା ଜମିରେ ଚାଲିଥିଲା ଏକ ବଡ ଧରଣର ଜୁଆ ଆଡ୍ଡା। କୌଣସି ସୂତ୍ରରୁ ଖବର ପାଇ ହିଞ୍ଜିଳି ପୁଲିସର ଏକ ଟିମ୍ ଅତର୍କିତ ଚଢ଼ାଉ କରିଥିଲା । ଚଢାଉ ବେଳେ ପୁଲିସ ୭ ଜଣ ଜୁଆଡିଙ୍କୁ ଗିରଫ କରିବାକୁ ସକ୍ଷମ ହୋଇଥିବା ବେଳେ କିଛି ଜୁଆଡି ଘଟଣା ସ୍ଥଳରୁ ଚମ୍ପଟ ମାରିବାରେ ସକ୍ଷମ ହୋଇଥିଲେ । ଗିରଫ ଜୁଆଡିଙ୍କ ଠାରୁ ପୋଲିସ ୧୯ ହଜାର,୫୧୦/- ଟଙ୍କା ସମେତ ୭ ଟି ମୋବାଇଲ୍ ଫୋନ୍ ସହ ୮ଟି ବାଇକ ଜବତ କରିଛି । ଏ ନେଇ ହିଞ୍ଜିଳି ଥାନା କେସ ନମ୍ବର ୬୯୮ /୨୩ ରେ ଏକ ମାମଲା ରୁଜୁ କରିଛି। ଆଗାମୀ ଦିନରେ ସ୍ଥାନୀୟ ଥାନା ଅଞ୍ଚଳରେ ଚାଲିଥିବା ଜୁଆ ଖେଳ ଉପରେ କଡା ନଜର ରଖିବା ସହ ସହ ଜୁଆଡିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ କହିଛନ୍ତି । ଚଢ଼ାଉ ସମୟରେ ଥାନା ଏସଆଇ ସିଦ୍ଧାର୍ଥ ଶଙ୍କର ଜେନା, ଟୁକୁନୀ ସ୍ୱାଇଁ,ଏଏସଆଇ ଅନନ୍ତ ଶବର, ଉପେନ୍ଦ୍ର କ୍ରାସ୍କା, ମନୋଜ ସେନାପତି, କନେଷ୍ଟବଳ ସରୋଜ ରଣସିଂ, ଜିତେନ୍ଦ୍ର ଗୌଡ,ଦଣ୍ଡପଣି ମଲ୍ଲିକ ଓ ପ୍ରଦୀପ ରାୟ ପାତ୍ର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ