୭ ପରୀକ୍ଷା  କେନ୍ଦ୍ରରେ ୧୮୨୬ ପରିକ୍ଷାର୍ଥୀ,୧୫ ଅନୁପସ୍ଥିତ

ବେଲଗୁଣ୍ଠା,(ଯୁଗାବ୍ଦ ନ୍ୟୁଜ୍‌): ଆଜିଠାରୁ ଦଶମ ଶ୍ରେଣୀ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ବେଲଗୁଣ୍ଠା ବ୍ଳକ୍ ଓ ସହରରେ ମୋଟ ୭ଟି ପରୀକ୍ଷା କେନ୍ଦ୍ରରେ ୧୮୨୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଉଥିବା ବେଳେ ୧୫ଜଣ। ଅନୁପସ୍ଥିତ ଥିବା ଜଣାପଡିଛି ।ବେଲଗୁଣ୍ଠା ଏନ୍.ଏ.ସି ର ଜି.ଟି ହାଇସ୍କୁଲଠାରେ ମୋଟ ୩୭୩ ଜଣ ପରୀକ୍ଷା ପାଇଁ ଆଡମିଟ୍ କାର୍ଡ ପାଇଥିବା ବେଳେ ୫ ଜଣ ଅନୁପସ୍ଥିତ ଅଛନ୍ତି ।ସେହିପରି ଗାଙ୍ଗପୁର ଶରତଚନ୍ଦ୍ର ପଣ୍ଡା ସ୍ମାରକୀ ଉଚ୍ଚ ବିଦ୍ୟାଳୟ ରେ ୨୪୭ ଜଣ ,କ୍ଷତ୍ରିୟ ବରପୁର ହାଇସ୍କୁଲରେ ୩୧୪ଜଣ,କ୍ଷତ୍ରିୟ ବରପୁର ବାଳିକା ଉଚ୍ଚ ବିଦ୍ୟାଳୟ ରେ ୧୬୪ଜଣ,ନାଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ରେ ୩୩୫ଜଣ,ଆର୍ଯ୍ୟ କନ୍ୟା ଗୁରୁକୁଳ ତନରଡା ଠାରେ ୧୮୧ଜଣ,ବିଜୟ ଲକ୍ଷ୍ମୀ ଶରଣପୁର ହାଇସ୍କୁଲ ରେ ୨୨୭ ଜଣ ଆଡମିଟ୍ କାର୍ଡ ପାଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ ୧୦ ଜଣ ଅନୁପସ୍ଥିତ ଥିବା ଜଣାପଡିଛି ।ପୁର୍ବରୁ ସାତଟି କେନ୍ଦ୍ର ମଧ୍ୟରୁ ତିନୋଟି ପରୀକ୍ଷା କେନ୍ଦ୍ରରେ ସିସିଟିଭି କ୍ୟାମେରା ଲଗାଯିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ କ୍ଷତ୍ରିୟ ବରପୁର ବାଳିକା ଉଚ୍ଚ ବିଦ୍ୟାଳୟରେ ପୁର୍ବରୁ କ୍ୟାମେରା ଲାଗିଥିବାବେଳେ ବର୍ତ୍ତମାନ ବିଜୟ ଲକ୍ଷ୍ମୀ ଶରଣପୁର ଉଚ୍ଚ ବିଦ୍ୟାଳୟ, ନାଟେଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ, ବେଲଗୁଣ୍ଠା ଜି ଟି ହାଇସ୍କୁଲରେ ସିସିଟିଭି କ୍ୟାମେରା  ଲଗାଯାଇଛି । ବେଲଗୁଣ୍ଠା ତହସିଲଦାର ମାଜିଷ୍ଟ୍ରେଟ ଦାୟିତ୍ୱ ରେ ଥିବା ବେଳେ ସମସ୍ତ ପରୀକ୍ଷା କେନ୍ଦ୍ର ବୁଲି ନିରୀକ୍ଷଣ କରିଥିବା ଜଣାପଡ଼ିଛି ।ସମସ୍ତ ସ୍କୁଲ ର ପ୍ରଧାନ ଶିକ୍ଷକ ସେହି ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଅଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ