୮ଠ ବର୍ଷର ବୃଦ୍ଧାର ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୮ଠ ବର୍ଷର ବୃଦ୍ଧାଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ । ବୃଦ୍ଧା ଜଣକ ବଡ଼ଗଡ଼ ଥାନା ଅନ୍ତର୍ଗତ ଲୁଇସ୍ ରୋଡ୍ର ପ୍ଲଟ୍ ନଂ ୩୯୧୫ରେ ବସବାସ କରନ୍ତି । ସେ ଅଭିଯୋଗ କରିଛନ୍ତି କି ହାଇକୋର୍ଟଙ୍କ ରହିତାଦେଶ ସତ୍ୱେ ମୋ ହୋଟେଲ୍କୁ ଓଏଫ୍ଏସି କଟକ ମେସ୍କୋ ହୋଟେଲ୍ ନୂଆଦିଲ୍ଲୀଙ୍କୁ ବିକ୍ରି କରିଥିଲା । ଓଏସ୍ଏଫ୍ସି ବେଆଇନ ଭାବେ ଅଣଓଡ଼ିଆଙ୍କୁ ହୋଟେଲ୍ ବିକ୍ରି ପରେ ମୁଁ ହାଇକୋର୍ଡଙ୍କ ଦ୍ୱାରସ୍ତ ହୋଇ ଜଣାଇଥିଲି ଯେ ମେସ୍କୋକୁ ବେନିୟମରେ ବିକ୍ରି କରାଯାଇଥିବା ହୋଟେଲ୍ ଦଲିଲ୍କୁ ରଦ୍ଦ କରାଯାଇ ମୋତେ ଫେରାଯାଉ । ହାଇକୋର୍ଟ ମୋର ଅଭିଯୋଗ ଉପରେ କୌଣସି ଆରଗୁମେଟଂ ନ ଶୁଣି ମୋତେ ଆଦେଶ ଦେଇଥିଲେ ଯେ ଓଡ଼ିଶା ସରକାରଙ୍କ ଏମ୍ଏସ୍ଏମ୍ଇ ବିଭାଗକୁ ଆପ୍ରୋଚ କରନ୍ତୁ । ପରେ କୌଣସି ସୁଫଳ ମିଳିଲା ନାହିଁ ।ହାଇକୋର୍ଟଙ୍କ ଆଦେଶ ଅନୁସାରେ ମୁଁ ଏମ୍ଏସ୍ଏମ୍ଇ ବିଭାଗକୁ ଅନୁରୋଧ ଦରଖାସ୍ତ ଦେଇଥିଲି ଏବଂ ତଦନ୍ତ ପାଇଁ ଓଏସ୍ଏଫ୍ସି ଏମ୍ଡିଙ୍କୁ ପଠାଯାଇଥିଲା । ସେ ତଦନ୍ତ ନ କରି ମୋ ବିରୋଧରେ କିଛି ପ୍ରମାଣ ନ ଥାଇ ମନଗଢ଼ା କାହାଣୀ ଲେଖି ଏମ୍ଏସ୍ଏମ୍ଇ ବିଭାଗକୁ ପଠାଇଲେ । ଉତର ପାଇ ମୋ ଅନୁରୋଧ ପତ୍ରକୁ ପ୍ରତ୍ୟାଖ୍ୟାନ କରିଲେ । ମୋ ହୋଟେଲ୍ରେ ସ୍ଥାନୀୟ ନେତାମାନେ ପଶି ମନଇଚ୍ଛା ଖାଇ, ପିଇ ଟଙ୍କା ନେଲେ, ପରେ ଆଉ ଭଲରେ ହୋଟେଲ୍ ଚାଲିଲା ନାହିଁ । ସବୁ କଷ୍ଟ ସହି ମଧ୍ୟ ହୋଟେଲ୍ ଚଳାଉଥିଲି । ଶେଷରେ ହାଇକୋର୍ଟ, ପ୍ରିନ୍ସିପାଲ୍ ସେକ୍ରେଟାରୀ, ଏମ୍ଏସ୍ଏମ୍ଇ ବିଭାଗ, ଓଏସ୍ଏଫ୍ସି ଏମ୍ଡିଙ୍କ ଠାରୁ ନ୍ୟାୟ ପାଇପାରିଲି ନାହିଁ । ବର୍ତମାନର ବିଜେପି ସରକାରଙ୍କୁ ଦରଖାସ୍ତ ଦେଇଥିଲି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମୋ ଦରଖାସ୍ତକୁ ବିଚାରକୁ ନେଇ ଜେନେରାଲ୍ ଆଡମିନିଷ୍ଟ୍ରେସନ୍ (ଭିଜିଲାନ୍ସ) କିମ୍ବା ସିବିଆଇ ତଦନ୍ତ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ